ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କନ୍ଧମାଳ ବେଲଘର ହାତୀ ମୃତ୍ୟୁ ଘଟଣାର ଚେର କଳାହାଣ୍ଡି ଯାଏଁ ଲମ୍ବିଛି। କନ୍ଧମାଳରେ ହାତୀକୁ ମାରି କଳାହାଣ୍ଡିରେ ପୋତିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । କଡା ଚେତାବନୀ ଦେଇ ସେ କହିଛନ୍ତି ଏନେଇ ବିଭାଗ ତଦନ୍ତ କରୁଛି, ଯେଉଁମାନେ ସମ୍ପୃକ୍ତ କାର୍ଯ୍ୟାନୁଷ୍ଠାନ ହେବ । ଏହି ଘଟଣାରେ ଯେଉଁମାନେ ସାହାଯ୍ୟ କରିଛନ୍ତି ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି ଲୋକ ଚାକିରିରେ ରହିବ ଯୋଗ୍ୟ ନୁହେଁ । ସଠିକ୍ ତଦନ୍ତ ନେଇ ପିସିସିଏଫ୍ଙ୍କ ସହ ଆଲୋଚନା ହୋଇଛି । ସ୍ୱତନ୍ତ୍ର ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରକାଶ ଯେ, କନ୍ଧମାଳ ବେଲଘର ରେଞ୍ଜ ଅଞ୍ଚଳରେ ହାତୀ ମୃତ୍ୟୁ ପରେ ଘଟଣାକୁ ଚପାଇଦେବା ପାଇଁ ଯଥେଷ୍ଟ ଉଦ୍ୟମ କରାଯାଇଛି। କଳାହାଣ୍ଡି କେସିଙ୍ଗା ବ୍ଲକ କନ୍ତେଶିର ପଞ୍ଚାୟତ ଅନ୍ତର୍ଗତ ତହଁସିର ଗାଁରୁ ଡ୍ୟାମ୍କୁ ଯିବା ରାସ୍ତା ପାର୍ଶ୍ବରୁ ହାତୀ ଶରୀରର କେତେକ ଅଙ୍ଗ ଉଦ୍ଧାର କରାଯାଇଛି।






More Stories
ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି…..
୪୦୦ ନିୟୁତ ତୈଳ ପଠାଇବ ଆଇଇଏ…..
IAS ସ୍ତରରେ ଅଦଳବଦଳ…..