ରିପୋର୍ଟ କାର୍ଡ / ପୁରୀ
ପୁରୀ ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେବା ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ସୋସିଆଲ ମିଡିଆ ମାଧ୍ୟମରେ ଧମକ ଦେଇଥିବା ଅଭିଯୋଗରେ ଅଭିଯୁକ୍ତ ପ୍ରତୀକ୍ ମିଶ୍ରଙ୍କୁ ପୁରୀ ସିଂହଦ୍ୱାର ଥାନା ପୋଲିସ ଗିରଫ କରିଛି। ଏହି ଘଟଣା ପରେ ଶ୍ରୀମନ୍ଦିର ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଅଭିଯୁକ୍ତ ପ୍ରତୀକ୍ ମିଶ୍ର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ ଦେଇଥିଲେ। ଏହି ଖବର ପ୍ରସାରିତ ହେବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଏବଂ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇଥିଲା। ଧମକପୂର୍ଣ୍ଣ ପୋଷ୍ଟର ଲିଙ୍କ୍ ଖୋଜିବା ସହ ସାଇବର ସେଲ୍ର ସହାୟତାରେ ପୋଲିସ ଅଭିଯୁକ୍ତର ପରିଚୟ ମିଳିଥିଲା। ଆଜି ସିଂହଦ୍ୱାର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପ୍ରତୀକ୍ ମିଶ୍ରଙ୍କୁ କାବୁ କରିଛି। ଧମକ ଦେବା ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ ଏବଂ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ପୋଲିସ ଅଭିଯୁକ୍ତଙ୍କୁ ମାରାଥନ୍ ପଚରାଉଚରା କରୁଛି।






More Stories
ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି…..
୪୦୦ ନିୟୁତ ତୈଳ ପଠାଇବ ଆଇଇଏ…..
IAS ସ୍ତରରେ ଅଦଳବଦଳ…..