ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରୟାଗରାଜ ମାଘ ମେଳାରେ ଶଙ୍କରାଚାର୍ଯ୍ୟ ଉପାଧିକୁ ନେଇ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସନାତନ ଧର୍ମ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ବ୍ୟକ୍ତିଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଯୋଗୀ କହିଛନ୍ତି ଯେ, ସମାଜରେ ଅନେକ ‘କାଳନେମି’ (ଛଦ୍ମବେଶୀ ଅସୁର) ଅଛନ୍ତି ଯେଉଁମାନେ ସନାତନକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ଠାରୁ ସତର୍କ ରହିବା ଜରୁରୀ।
ଅବିମୁକ୍ତେଶ୍ୱରାନନ୍ଦଙ୍କୁ ବ୍ୟାନ୍ କରିବା ପାଇଁ ପ୍ରସ୍ତୁତି!
ସୂଚନା ଅନୁଯାୟୀ, ମାଘ ମେଳା ପ୍ରଶାସନ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦଙ୍କୁ ମେଳା ଅଞ୍ଚଳରୁ ବ୍ୟାନ୍ କରିବା ପାଇଁ ବିଚାର କରୁଛି। ପ୍ରଶାସନର ଅଭିଯୋଗ ଯେ, ଅବିମୁକ୍ତେଶ୍ୱରାନନ୍ଦ ନିୟମ ଭଙ୍ଗ କରି ମେଳାରେ ଶାନ୍ତି ବ୍ୟାହତ କରୁଛନ୍ତି। ପୂର୍ବରୁ ତାଙ୍କୁ ‘ଶଙ୍କରାଚାର୍ଯ୍ୟ’ ଉପାଧି ବ୍ୟବହାର ନକରିବାକୁ ନୋଟିସ ଦିଆଯାଇଥିବା ବେଳେ ଏବେ ତାଙ୍କୁ ମେଳାରୁ ସମ୍ପୂର୍ଣ୍ଣ ବାଦ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି।






More Stories
ଖାଇରେ ପଡିଲା ଯବାନଙ୍କ ଗାଡି, ୧୦ ମୃତ…..
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ…..
କ୍ୟାବିନେଟରେ ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ…..