Report Card Odisha

| Daily Odia News

ରାଜଧାନୀରେ ୩ ଆମ ବସ୍‌ ଭଙ୍ଗିଲେ ଉତ୍ତ୍ୟକ୍ତ ଲୋକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ସ୍ଥିତ ଜନପଥରେ ବାଇକକୁ ସାଇଡ ମରାକୁ ନେଇ ବାଇକ ଆରୋହୀ ଓ ଆମ୍‌ ବସ୍‌ ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସାମାନ୍ୟ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ଆମ ବସ୍‌ ଭଙ୍ଗା ରୁଜା କରିଛନ୍ତି । ପାଖକୁ ପାଖ ଆସୁଥିବା ୩ଟି ଆମ ବସକୁ ଭାଙ୍ଗିଛନ୍ତି ଉତ୍ତ୍ୟକ୍ତ ଲୋକେ । ଦୁର୍ଘଟଣା ଘଟାଇଥିବା ଆମ ବସ୍‌ ସହ ଆଉ ୨ଟି ବସ୍‌ କୁ ଭାଙ୍ଗି ଦେଇଛନ୍ତି ଲୋକ । ପ୍ରାଣ ବିକଳରେ ଆମ ବସ୍‌ ଛାଡି ଡ୍ରାଇଭର ଓ କଣ୍ଟକ୍ଟର ପଳାଇଥିଲେ । ଖବର ପାଇ ପୁଲିସ ପହଞ୍ଚି ଲୋକଙ୍କୁ ଘଉଡାଇବାକୁ ମୃଦୁ ଲାଠିଚାଳନା କରିଛି । ଲୋକଙ୍କୁ ବୁଝାସୁଝା କରିବାକୁ ପୁଲିସ ଆଲୋଚନା କରୁଛି । ଘଟଣା ସ୍ଥଳରେ ପହଞ୍ଚି ଡିସିପି ଅନୁଧ୍ୟାନ କରି କହିଛନ୍ତି ଯେଉଁମାନେ ଏଭଳି କାଣ୍ଡ ଘଟାଇଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାକୁ ଗୁରୁତର ସହ ନେଉଛୁ, ଦୁର୍ଘଟଣାକୁ ବାହାନା କରି ଏଭଳି ଘଟଣା ଘଟାଇବା ଆଦୌ ଠିକ୍‌ ନୁହେଁ ।

Breaking News