Report Card Odisha

| Daily Odia News

ରେଳଧାରଣରେ ବିସ୍ଫୋରଣ,ଲୋକୋ ପାଇଲଟ୍ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ପାକିସ୍ତାନ ସୀମାନ୍ତ ରାଜ୍ୟରେ ବଡ ଧରଣର ବିସ୍ଫୋରଣ ଘଟିଛି । ରେଳ ଧାରଣାରେ ବିସ୍ଫୋରଣ ଘଟି ଲୋକ ପାଇଲଟ ଆହତ ହୋଇଛନ୍ତି । ପଞ୍ଜାବର ଫତେଗଡ଼ ସାହିବ ଜିଲ୍ଲାର ଖାନପୁର ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ଅମୃତସର-ଦିଲ୍ଲୀ ରେଳ ଧାରଣାରେ ସନ୍ଦେହଜନକ ବିସ୍ଫୋରଣ ଘଟିଛି । ଗତକାଲି ରାତି ପ୍ରାୟ ୯:୫୦ ସମୟରେ, ଏକ ମାଲବାହୀ ରେଳଗାଡ଼ି ଯାଉଥିବା ସମୟରେ ସିରହିନ୍ଦ ରେଳଷ୍ଟେସନ ନିକଟରେ ଏକ ବିସ୍ଫୋରଣ ଯୋଗୁଁ ଧରଣର ଏକ ଅଂଶ କ୍ଷତିଗ୍ରସ୍ତ ହୋଇଥିଲା । ଘଟଣାରେ ରେଳଗାଡ଼ି ଇଞ୍ଜିନର ଲୋକୋ ପାଇଲଟ୍‌ଙ୍କ ଗାଲରେ ଆଘାତ ଲାଗିଥିଲା ​​। ତାଙ୍କ ଅବସ୍ଥା ସ୍ଥିର ସ୍ଥିର ଥିବା ସୂଚନା ରହିଛି । ପ୍ରାରମ୍ଭିକ ତଥ୍ୟ ଅନୁସାରେ ଧାରଣାରୁ ପ୍ରାୟ ୧୨ ଫୁଟ ଲମ୍ବ କ୍ଷତି ହୋଇଥିବା ସୂଚନା ଦିଆଯାଇଥିଲା । କିନ୍ତୁ ସ୍ଥାନୀୟ ପୁଲିସ ପରେ ସ୍ପଷ୍ଟ କରିଥିଲା ​​ଯେ ବିସ୍ଫୋରଣ ସାମାନ୍ୟ ଥିଲା । ଏଥିରେ ଧାରଣା କିମ୍ବା ରେଳଗାଡିରେ ବଡ଼ ଧରଣର କ୍ଷତି ହୋଇନାହିଁ ।

Breaking News