ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସରୁ ବହିଷ୍କୃତ ହେବା ପରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବରିଷ୍ଠ ନେତା ମହମ୍ମଦ ମୋକିମ ଏବେ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୋକିମଙ୍କ ଏହି ନୂଆ ଦଳର ନାମ ‘ଓଡ଼ିଶା ଜନତା କଂଗ୍ରେସ’ (OJC) ରଖାଯାଇଛି। ଆସନ୍ତା ମାର୍ଚ୍ଚ ମାସରେ ସେ ଏହି ନୂଆ ଦଳର ରୂପରେଖ ଓ ଲକ୍ଷ୍ୟ ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରିବେ।
ନୂଆ ଦଳର ଆଭିମୁଖ୍ୟ ଓ ପ୍ରସ୍ତୁତି:ଗତ କିଛି ମାସ ଧରି ମହମ୍ମଦ ମୋକିମ ସାରା ଓଡ଼ିଶା ଗ୍ରସ୍ତ କରି ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରୁଥିଲେ। ନିକଟରେ ଭୁବନେଶ୍ୱରରେ ଅନୁଷ୍ଠିତ ବିଶାଳ ଯୁବ ସମାବେଶ ତାଙ୍କ ଶକ୍ତି ପ୍ରଦର୍ଶନର ଏକ ଝଲକ ଥିଲା।






More Stories
ସହରାଞ୍ଚଳକୁ ମନ୍ତ୍ରୀଙ୍କ ହାଇ ଆଲର୍ଟ…..
ଅକ୍ଟୋବର ସୁଦ୍ଧା ଏସଆଇ ପରୀକ୍ଷା…..
ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲା: ଦୁଇଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ…..