ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସରୁ ବହିଷ୍କୃତ ହେବା ପରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବରିଷ୍ଠ ନେତା ମହମ୍ମଦ ମୋକିମ ଏବେ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୋକିମଙ୍କ ଏହି ନୂଆ ଦଳର ନାମ ‘ଓଡ଼ିଶା ଜନତା କଂଗ୍ରେସ’ (OJC) ରଖାଯାଇଛି। ଆସନ୍ତା ମାର୍ଚ୍ଚ ମାସରେ ସେ ଏହି ନୂଆ ଦଳର ରୂପରେଖ ଓ ଲକ୍ଷ୍ୟ ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରିବେ।
ନୂଆ ଦଳର ଆଭିମୁଖ୍ୟ ଓ ପ୍ରସ୍ତୁତି:ଗତ କିଛି ମାସ ଧରି ମହମ୍ମଦ ମୋକିମ ସାରା ଓଡ଼ିଶା ଗ୍ରସ୍ତ କରି ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରୁଥିଲେ। ନିକଟରେ ଭୁବନେଶ୍ୱରରେ ଅନୁଷ୍ଠିତ ବିଶାଳ ଯୁବ ସମାବେଶ ତାଙ୍କ ଶକ୍ତି ପ୍ରଦର୍ଶନର ଏକ ଝଲକ ଥିଲା।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..