ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭାରେ ଅଜିତ ପାୱାରଙ୍କ ଦେହାନ୍ତ ପାଇଁ ଶୋକସଭା ପାଳନ । ସେ ୧୯୯୧ ମସିହାରେ ଲୋକସଭା ସାଂସଦ ଥିଲେ । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ମୁଖ୍ୟ ଅଜିତ ପାୱାରଙ୍କର ଆଜି ସକାଳେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ରାଜ୍ୟରେ ଛୁଟି ଏବଂ ତିନି ଦିନ ଶୋକ ଘୋଷଣା କରିଛନ୍ତି । ତାଙ୍କ ପରିବାର ସହିତ ପରାମର୍ଶ କରିବା ପରେ ପାୱାରଙ୍କ ଶେଷକୃତ୍ୟ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଫଡନାଭିସ କହିଛନ୍ତି । ତେବେ ଆଜି ସଂସଦର ବଜେଟ ଅଧିବେଶନର ପ୍ରଥମ ଦିବସ ଥିଲା । ଲୋକସଭାରେ ଅଜିତଙ୍କ ପରଲୋକ ଖବରରେ ଏକ ଶୋକସଭା କରାଯାଇଥିଲା । ଅନେକ ସାଂସଦ ପାୱାର ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଗଭୀର ତୃଣମୂଳ ସ୍ତରର ଜନନେତା ଭାବରେ ମନେ ପକାଇଛନ୍ତି । ସେ ପ୍ରଶାସନିକ ବ୍ୟାପାରରେ ପାୱାରଙ୍କ ଦୃଢ଼ ଧାରଣା ଏବଂ ଗରିବ ଓ ଅବହେଳିତ ଲୋକଙ୍କୁ ସଶକ୍ତ କରିବା ପାଇଁ ତାଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।






More Stories
ବାଂଲାଦେଶ ସୀମାରେ ଲାଗିବ ତାରବାଡ଼……
ସହି ପାରୁନାହାଁନ୍ତି ମୋଦି!TVKକୁ ସମର୍ଥନ କରିବା ନେଇ ଗର୍ଜିଲେ…..
ପୁଣି ହିମନ୍ତ ବିଶ୍ୱ ଶର୍ମା ହେବେ ମୁଖ୍ୟମନ୍ତ୍ରୀ…..