ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ ରେ ନିଜର ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ ଜରିଆରେ ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି ଯେ, ମହାରାଷ୍ଟ୍ରର ବାରାମତିରେ ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାରଙ୍କ ସମେତ ଅନେକ ଲୋକଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦ । ଅଜିତ ପାୱାର ଜୀଙ୍କ ଅକାଳ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ପୋଷ୍ଟରେ କହିଛନ୍ତି । ଏହାସହ ତାଙ୍କ ପରିବାର, ସମର୍ଥକ ଏବଂ ପ୍ରଶଂସକଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟ ସମସ୍ତଙ୍କ ପରିବାରକୁ ଈଶ୍ୱର ଏହି ଆଘାତ ସହ୍ୟ କରିବାକୁ ଶକ୍ତି ଦିଅନ୍ତୁ ବୋଲି ରାଷ୍ଟ୍ରପତି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଜିତଙ୍କୁ ଜଣେ ସମର୍ପିତ ଜନସେବକ ଭାବେ ବର୍ଣ୍ଣନା କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଏକ୍ସ (X) ପୋଷ୍ଟରେ ଅଜିତ୍ ପାୱାରଙ୍କୁ ଜଣେ ତୃଣମୂଳ ସ୍ତରର ନେତା ଭାବେ ସମ୍ବୋଧନ କରିଛନ୍ତି। ସେ ଲେଖିଛନ୍ତି: “ଶ୍ରୀ ଅଜିତ୍ ପାୱାର ଜୀ ଜଣେ ଜନନେତା ଥିଲେ, ଯାହାଙ୍କର ତୃଣମୂଳ ସ୍ତରରେ ଗଭୀର ସମ୍ପର୍କ ରହିଥିଲା। ମହାରାଷ୍ଟ୍ରବାସୀଙ୍କ ସେବା ପାଇଁ ସେ ସର୍ବଦା ଆଗଧାଡ଼ିରେ ରହି ପରିଶ୍ରମ କରୁଥିଲେ, ଯେଉଁଥିପାଇଁ ସେ ସବୁଠି ସମ୍ମାନିତ ଥିଲେ। ପ୍ରଶାସନିକ ବ୍ୟାପାରରେ ତାଙ୍କର ଅଗାଧ ପାରଦର୍ଶିତା ଏବଂ ଗରିବ ଓ ନିଷ୍ପେଷିତଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ଉତ୍ସାହ ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ତାଙ୍କର ଏହି ଅସାମୟିକ ବିୟୋଗ ଅତ୍ୟନ୍ତ ସ୍ତବ୍ଧକାରୀ ଏବଂ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ଓ ତାଙ୍କର ଅଗଣିତ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା। ଓମ୍ ଶାନ୍ତି।”






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..