ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମକୋର୍ଟ ହ୍ୱାଟସ ଆପ୍ ଏବଂ ଏହାର ମୂଳ କମ୍ପାନୀ ମେଟାକୁ କଡା ଚେତାବନୀ ଦେଇ କହିଛନ୍ତି ଯେ ତଥ୍ୟ ସେୟାରିଂ ବାହାନାରେ ନାଗରିକଙ୍କ ଗୋପନୀୟତାର ଅଧିକାରକୁ କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟ ହ୍ୱାଟସ ଆପ୍ ଏବଂ ମେଟା ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ଶୁଣାଣି କରୁଥିବା ସମୟରେ ଏହି ପର୍ଯ୍ୟବେକ୍ଷଣ କରାଯାଇଛି। ଶୁଣାଣି ସମୟରେ, ସୁପ୍ରିମକୋର୍ଟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ମାମଲାର ଏକ ପକ୍ଷଭୁକ୍ତ କରିଥିଲେ। ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଫେବୃଆରୀ ୯ ତାରିଖରେ ଏହି ମାମଲାରେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ପ୍ରଦାନ କରାଯିବ। ଟେକ୍ନୋଲୋଜି କମ୍ପାନୀଗୁଡ଼ିକର ଗୋପନୀୟତା ସର୍ତ୍ତାବଳୀ ଏତେ ଚତୁରତାର ସହିତ ପ୍ରସ୍ତୁତ କରାଯାଇଛି ଯେ, ସାଧାରଣ ଲୋକମାନେ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବୁଝିପାରିବେ ନାହିଁ। ଅସମାନ ଚୁକ୍ତିନାମା ସମ୍ବନ୍ଧୀୟ ପରିସ୍ଥିତିରେ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକୁ ଗ୍ରାହକଙ୍କ ତଥ୍ୟ ସେୟାର କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।






More Stories
୮ ସାଂସଦ ନିଲମ୍ବିତ…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..