Report Card Odisha

| Daily Odia News

ଯୁକ୍ତ ୨ ପରୀକ୍ଷା ପାଇଁ ସ୍ବତନ୍ତ୍ର ନିୟମାବଳୀ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ପାଇଁ ନିୟମାବଳୀ ପ୍ରକାଶ ପାଇଛି। ଆସନ୍ତା ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଛି। ମାତ୍ର ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ସମେତ ଅନ୍ୟ ବୈଦ୍ୟୁତିକ ସରଞ୍ଜାମ ଉପରେ ଲାଗିଛି ରୋକ୍‌। ପରୀକ୍ଷାର୍ଥୀ ପ୍ରବେଶପତ୍ର (ଆଡମିଟ୍‌ କାର୍ଡ) ଦେଖାଇ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ। ଚଳିତ ଥର ପରୀକ୍ଷାର୍ଥୀଙ୍କୁ ଗୋଟିଏ ଉତ୍ତର ଖାତା ମିଳିବ। ୩୨ ପୃଷ୍ଠା ବିଶିଷ୍ଟ ରହିବ ଉତ୍ତର ଖାତା। ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ଉତ୍ତର ଖାତା ବା ଆଡିସନାଲ ପେପର ଦିଆଯିବ ନାହିଁ। ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରେ ପ୍ରବେଶ କରିପାରିବେ। ପରୀକ୍ଷା ଆରମ୍ଭର ଅଧଘଣ୍ଟା ପରେ କୌଣସି ବି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ‌ପ୍ରବେଶ ସୁଯୋଗ ମିଳିବନି। ଚଳିତଥର ୪ ସେଟ୍‌ର ପ୍ରଶ୍ନପତ୍ର ହେବ। ପରୀକ୍ଷା ପରିଚାଳନା ସମ୍ବନ୍ଧରେ ଶିକ୍ଷାନୁଷ୍ଠାନ, ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ସ୍ବତନ୍ତ୍ର ନିୟମାବଳୀ ପ୍ରଦାନ କରାଯାଇଛି।

Breaking News