ରିପୋର୍ଟ କାର୍ଡ / ମୁମ୍ବାଇ
ମୁମ୍ବାଇରେ ଏକ ବଡ ଅଘଟଣ ଟଳିଯାଇଛି। ମୁମ୍ବାଇର ବିମାନ ବନ୍ଦରରେ ଏୟାର୍ ଇଣ୍ଡିଆର ବିମାନ ଓ ଇଣ୍ଡିଗୋ ବିମାନର ଡେଣା ଭିତରେ ଧକ୍କା ହୋଇଛି ।ସୌଭାଗ୍ୟବଶତଃ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଦୁର୍ଘଟଣା ପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାବେଳେ ଉଭୟ ବିମାନ ଟ୍ୟାକ୍ସିୱେରେ ଉଡ଼ାଣ ପାଇଁ ଅପେକ୍ଷା କରିଥିଲା ।ମୁମ୍ବାଇରୁ କୋଏମ୍ବାଟୁର ଅଭିମୁଖେ ଯିବାକୁ ଥିବା ଏୟାର ଇଣ୍ଡିଆର ବିମାନ ଏଆଇ ୨୭୩୨ ଉଡ଼ାଣ ପୂର୍ବରୁ ଟ୍ୟାକ୍ସିୱେରେ ଅପେକ୍ଷା କରୁଥିବା ବେଳେ ଇଣ୍ଡିଗୋ ବିମାନର ଡେଣା ସଂସ୍ପର୍ଶରେ ଆସିଥିଲା । ଫଳରେ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଥିଲା। ଇଣ୍ଡିଗୋ ବିମାନ ହାଇଦ୍ରାବାଦରୁ ଆସି ମୁମ୍ବାଇରେ ଅବତରଣ କରିଥିଲା । ଉଭୟ ବିମାନର ବୈଷୟିକ ଯାଞ୍ଚ କରାଯାଉଛି। ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇ ଦିଆଯାଇଥିବା ସୂଚନା ମିଳିଛି।






More Stories
ନିର୍ବାଚନରେ ଜିତିଲେ ଦିଦି;ଭାଜପା ଚିତ୍ପଟାଙ୍ଗ…..
ରାମମନ୍ଦିର ଦାନ ଅର୍ଥ ଆତ୍ମସାତ୍ ମାମଲା;ଚମ୍ପତ ରାୟ,ଅନିଲ ମିଶ୍ର ଦୋଷମୁକ୍ତ…..
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..