ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତାକାଲି ସକାଳ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ। ଆଜି ବାରମ୍ବାର ଗୃହ ମୁଲତବୀ ହେବା ପରେ ଦିନ ୨ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏତିକି ବେଳେ ବାଚସ୍ପତି କହିଛନ୍ତି ଯେ ଗତକାଲି ଗୃହରେ କିଛି ବିରୋଧୀ କଂଗ୍ରେସ ସଦସ୍ୟମାନେ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରିଲେ ତାହା ସଂସଦର ଗରିମାକୁ କ୍ଷୁର୍ଣ୍ଣ କରିଛି । ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ହୋଇଥିବା ତାଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା।ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଗୃହକୁ ନଆସିବାକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ବାଚସ୍ପତିଙ୍କ ଅନୁରୋଧକୁ ରକ୍ଷା କରିଥିଲେ ଏବଂ ଗୃହକୁ ଆସିନଥିଲେ। ଗୃହରେ ପେପର ଚିରିବା, ଫିଙ୍ଗିବା, ଏବଂ ବିକ୍ଷୋଭ କରିବ ଓ ପୋଷ୍ଟର ଦେଖାଇବା ଚଳିବ ନାହିଁ ବୋଲି ବାଚସ୍ପତି ସିଧାସଳଖ କହିଛନ୍ତି । ଏହାପରେ ବାଚସ୍ପତି ଗୃହ କାର୍ଯ୍ୟକୁ ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..