Report Card Odisha

| Daily Odia News

ପୁଣି ମଣିପୁରରେ ହିଂସା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଶାନ୍ତ ମଣିପୁରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପୁନଃସ୍ଥାପିତ ହେବାର ଗୋଟିଏ ଦିନ ପରେ ପୁଣି ହିଂସା ଦେଖାଦେଇଛି । ପାଞ୍ଚ ଜଣ କୁକି ସମ୍ପ୍ରଦାୟର ବିଧାୟକଙ୍କ ବିଜେପିର ଯୋଗଦାନ ନିଷ୍ପତ୍ତିକୁ ନେଇ କୁକି ସଂଗଠନଗୁଡ଼ିକ ଚୁରାଚାନ୍ଦପୁର ଜିଲ୍ଲାରେ ହିଂସା ଘଟାଇଛନ୍ତି । ଗୁରୁବାର ସନ୍ଧ୍ୟାରେ କୁକି ସଂଗଠନଗୁଡ଼ିକ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ପ୍ରଦର୍ଶନକାରୀମାନେ ଟୁଇବୁଙ୍ଗ ଅଞ୍ଚଳରେ ପଥର ଫିଙ୍ଗିବା, ଟାୟାର ଜାଳିବା ଏବଂ ସମ୍ପତ୍ତି ଭଙ୍ଗାରୁଜା କରୁଥିବା ଦେଖାଯାଇଥିଲା । ସେମାନେ କହିଛନ୍ତି ଯେ ସୁରକ୍ଷା ବାହିନୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ପରେ ପ୍ରତିବାଦକାରୀମାନେ ସଂଘର୍ଷ କରିଥିଲେ । ସୂଚନା ଅନୁସାରେ କୁକି-ଜୋ ସଂଗଠନର ଜଣେ କୁକି ମହିଳା ବିଧାୟକ ନେମଚା କିପଗେନ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରତିବାଦ ଦେଖା ଦେଇଥିଲା । ମୈତେଇ ସମ୍ପ୍ରଦାୟର ବିଧାୟକ ୟୁମନାମ୍ ଖେମଚାନ୍ଦ ସିଂହ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ପାଠ କରିଥିଲେ ଏବଂ ନାଗା ସମ୍ପ୍ରଦାୟ ବିଧାୟକ ଲୋସି ଦିଖୋ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଯାହାକୁ ନେଇ କୁକି ସମ୍ପ୍ରଦାୟର ଲୋକାମାନେ ହିଂସା ଘଟାଇବା ଆରମ୍ଭ କରିଛନ୍ତି । ଗୁରୁବାର ରାତିରେ କୁକିମାନଙ୍କ ଏକ ଗୋଷ୍ଠୀ ନୂଆଦିଲ୍ଲୀର ମଣିପୁର ଭବନ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ । କୁକି ଅଧିକୃତ ଅଞ୍ଚଳର ଅନେକ ଲୋକ ରାସ୍ତାକୁ ଓହ୍ଲାଇଥିଲେ । ଗ୍ରାମ ସ୍ୱେଚ୍ଛାସେବକଙ୍କ ଏକ ସଂଗଠନ, ସଶସ୍ତ୍ର କୁକିମାନେ, କିଗେନ୍‌ଙ୍କୁ ହତ୍ୟା କରିବା ପାଇଁ ୨୦ଲକ୍ଷ ଟଙ୍କା ଏବଂ ଶପଥ ଗ୍ରହଣରେ ଯୋଗ ଦେଇଥିବା ଦୁଇ ଜଣ ହମାର-ଜୋମି ବିଧାୟକଙ୍କ ବିରୁଦ୍ଧରେ ୧୦ଲକ୍ଷ ଟଙ୍କା ଲେଖାଏଁ ନଗଦ ପୁରସ୍କାର ଘୋଷଣା କରିଛନ୍ତି ।

Breaking News