ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଯାଆଁଳା ଫାଣ୍ଡି ପରିସରରୁ ମିଳିଥିବା ନରକଙ୍କାଳ ଘଟଣାରେ କମିଶନରେଟ୍ ପୋଲିସକୁ ମହିଳାଙ୍କ ପରିଚୟ ମିଳିନାହିଁ । କିନ୍ତୁ ପୋଲିସ ନିଖୋଜ ମହିଳାଙ୍କ ତାଲିକା ଖୋଜୁଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ ହାତରେ ଲାଗିଛି। ଦୀର୍ଘ ଦିନ ଧରି ଯକ୍ଷ୍ମା ରୋଗରେ ପୀଡିତ ଥିବା ଜଣେ ମହିଳା ଏକ ବୃଦ୍ଧାଶ୍ରମରୁ ନିଖୋଜ ଥିଲେ । ତାଙ୍କର ଶାରୀରିକ ଗଢ଼ଣ, ବୟସ, ଉଚ୍ଚତା ସବୁ ନରକଙ୍କାଳ ସହ ମେଳ ଖାଉଛି । ପୋଲିସ ଉକ୍ତ ବୃଦ୍ଧାଶ୍ରମକୁ ତଦନ୍ତ ପାଇଁ ଯାଇଥିଲା । ସେଠାକାର କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରି ଫେରିଥିବା ସୂଚନା ମିଳିଛି। ଅନ୍ୟପଟେ ଗତବର୍ଷ ସେପ୍ଟେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ଫାଣ୍ଡିକୁ ଯାଇଥିବା ମହିଳାଙ୍କ ସମ୍ପର୍କରେ ତନାଘନା ଚାଲିଛି । ବର୍ତ୍ତମାନ ସୁଦ୍ଧା ଏଥିରୁ କୌଣସି ତଥ୍ୟ ମିଳିନି । ପୂର୍ଵସୂଚନା ଅନୁସାରେ- ବେଙ୍ଗାଲୁରୁସ୍ଥିତ ଘରୋଇ ଫୋରେନ୍ସିକ ଲ୍ୟାବ୍ରୁ ୨ ଦିନ ତଳେ ସ୍କେଚ୍ ଆସିଥିଲା । ଯାହା ଆଧାରରେ ମହିଳାଙ୍କ ପରିଚୟ ଖୋଜାଯିବା ନେଇ ପୋଲିସ କହିଥିଲା । ପୋଲିସର କହିବାନୁସାରେ, ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ପୂରା ପୋଲିସ ଫୋର୍ସ ବ୍ୟସ୍ତ ରହୁଛି । ତେଣୁ ପୋଷ୍ଟର ମାରିବାରେ ବିଳମ୍ବ ହେଉଛି । ଆଜି ଯାଁଳା ବଜାର ଓ ଆଖପାଖ ଗାଁର ସ୍କୁଲ ଘର, ବସ୍ଷ୍ଟାଣ୍ଡ, ଅଙ୍ଗନବାଡି କେନ୍ଦ୍ର ଭଳି ସର୍ବସାଧାରଣ ସ୍ଥାନଗୁଡ଼ିକରେ ଏହି ପୋଷ୍ଟର ମରାଯିବ ।
More Stories
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….