Report Card Odisha

| Daily Odia News

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିହତ ହୋଇଛନ୍ତି । ଜାମ୍ମୁ-କଶ୍ମୀର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ରାତି ପ୍ରାୟ ୨ଟା ବେଳେ ସୋପିଆନର ମନିହାଲ ଅଞ୍ଚଳରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ସଂପୃକ୍ତ ଅଞ୍ଚଳରେ ଆତଙ୍କୀ ଲୁଚିଥିବା ଖବର ପାଇ ଅପରେସନ୍ ଆରମ୍ଭ କରିଥିଲେ ଜମ୍ମୁ କଶ୍ମୀର ପୋଲିସ, ସେନା ଓ ସିଆରପିଏଫ । ଏତିକିବେଳେ ସୁରକ୍ଷାବାହିନୀ ଉପରକୁ ପ୍ରଥମେ ଆତଙ୍କବାଦୀ ଗୁଳିମାଡ଼ କରିଥିଲେ । ପାଲଟା ଜବାବ ଦେଇଥିଲେ ଯବାନ । ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ପରିଚୟ ମିଳି ପାରିନାହିଁ । ତେବେ ସେମାନଙ୍କର ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତି ଥିବା କହିଛନ୍ତି କଶ୍ମୀର ଆଇଜି ବିଜୟ କୁମାର । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସୁରକ୍ଷାବାହିନୀ ।

 

Breaking News