ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ। ରାଜ୍ୟରେ ଧାନ କିଣା, ମଣ୍ଡି ସମସ୍ୟା ନେଇ ସରକାରଙ୍କୁ ଘେରିବେ ବିରୋଧୀ ବିଜେଡି ଓ କଂଗ୍ରେସ। ସେହିଭଳି କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ସମବାୟ, ଶକ୍ତି, ବ୍ୟୟନ ଶିଳ୍ପ, msme, ଓ ବିଜ୍ଞାନ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି । ସେହିଭଳି ଶୁନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଭୟ ବିରୋଧୀ ଓ ଶାସକ ଦଳ ଗୃହରେ ଉଠାଇବେ। କଂଗ୍ରେସ ପକ୍ଷରୁ ଧାନ ମଣ୍ଡି ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ ଦିଆଯିବ।ସୂଚନା ଥାଉକି, ମଙ୍ଗଳବାରଠୁ ଆରମ୍ଭ ହୋଇଥିଲା ବିଧାନସଭା ବଜେଟ ଅଧିବେଶନ । ପ୍ରଥମ ଦିନରେ ଅଭିଭାଷଣ ରଖିଥିଲେ ରାଜ୍ୟପାଳ ହରିବାବୁ କମ୍ୱପପତି ।






More Stories
ସରଣ୍ଡାରେ ଏନ୍କାଉଣ୍ଟର:୫ ଯବାନ ଆହତ…..
ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ମନୋନୀତ…..
ଜାତୀୟ ମହିଳା ସଂରକ୍ଷଣ ବିଲ୍କୁ ବିଜେଡିର ସମର୍ଥନ…..