ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ (ଏସ୍ଆଇଆର) ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ସ୍ବତନ୍ତ୍ର ଆଦେଶ ଦେଇଛନ୍ତି। କଲକାତା ହାଇକୋର୍ଟଙ୍କୁ ଦେଇଥିବା ସ୍ବତନ୍ତ୍ର ଆଦେଶରେ ଏସ୍ଆଇଆର କାର୍ଯ୍ୟରେ ନ୍ୟାୟିକ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ କୁହାଯାଇଛି। କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ନ୍ୟାୟିକ ଅଧିକାରୀଙ୍କୁ କଲକାତା ହାଇକୋର୍ଟ ଏସ୍ଆଇଆର କାର୍ଯ୍ୟରେ ଇଲେକ୍ଟୋରାଲ ରେଜିଷ୍ଟର ଅଫିସର (ଇଆରଓ) ଭାବେ ନିଯୁକ୍ତି ଦେବେ। ଏହି ଇଆରଓମାନେ ଚିଠା ଭୋଟର ତାଲିକାରୁ ବାଦ ଓ ସାମିଲ ସମ୍ପର୍କିତ ଭୋଟରଙ୍କ ଆପତ୍ତି ଓ ଅଭିଯୋଗ ଉପରେ ବିଚାର କରିବେ। ଇଆରଓମାନଙ୍କୁ ରାଜ୍ୟ ସରକାରଙ୍କ ଅଧିକାରୀ ଓ ମାଇକ୍ରୋ ଅବଜରଭରମାନେ ସହଯୋଗ କରିବେ। ସେହିପରି ଜିଲ୍ଲାପାଳ ଓ ଏସ୍ପିଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି ଯେ ସେମାନେ ଇଆରଓମାନଙ୍କ ଯିବାଆସିବା ଓ ସୁରକ୍ଷା ବ୍ୟବସ୍ଥା କରିବେ। ଏସ୍ଆଇଆରକୁ ନେଇ ମମତା ବାନାର୍ଜୀଙ୍କ ନେତ୍ବାଧୀନ ପଶ୍ଚିମବଙ୍ଗ ସରକାର ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବିଶ୍ବାସର ଅଭାବ ରହିଥିବାବେଳେ ସୁପ୍ରିମକୋର୍ଟ ଏପରି ସ୍ବତନ୍ତ୍ର ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ବାଧୀନ ପୀଠ ଶୁକ୍ରବାର ଏପରି ନିର୍ଦେଶ ଦେଇଛନ୍ତି। ନିର୍ଦେଶ ଅନୁଯାୟୀ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ଜିଲା ଜଜ୍ କିମ୍ବା ଅତିରିକ୍ତ ଜିଲା ଜଜ୍ ପାହ୍ୟାର ନ୍ୟାୟିକ ଅଧିକାରୀଙ୍କୁ ଇଆରଓ ଭାବେ ନିଯୁକ୍ତି ଦିଆଯିବ।






More Stories
ଆତଙ୍କବାଦୀ ଟାର୍ଗେଟ୍ରେ ରାଜଧାନୀ…..
ଭାରତ ଆସିବେ ଟ୍ରମ୍ପ !…..
କୋର୍ଟରେ ହାଜର ହେଲେ ରାହୁଲ…..