Report Card Odisha

| Daily Odia News

ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ବିଧାନସଭା ବଜେଟ୍ ଅଧିବେଶନର ଷଷ୍ଠ ଦିନ। ପ୍ରଶ୍ନତ୍ତୋର କାଳ ଆରମ୍ଭ ରୁ ବିରୋଧୀମାନେ ହୋହାଲ୍ଲା ଏବଂ ନାରାବାଜି କରିଥିଲେ। ବିଜେଡି ସଦସ୍ୟମାନେ ଗୃହରେ ଚାଷୀ ପ୍ରସଙ୍ଗ ଉଠାଇଥିବାବେଳେ କଂଗ୍ରେସ ଏପଷ୍ଟିନ୍ ଫାଇଲ୍ ଘଟଣା ଉଠାଇଥିଲା। ମାତ୍ର ୬ ମିନିଟ୍ ପ୍ରଶ୍ନୋତ୍ତର ଚାଲିବା ପରେ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରାଯାଇଥିଲା। ପୁର୍ନବାର ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ପୁଣିଥରେ ବିରୋଧୀମାନେ ସମାନ ପ୍ରସଙ୍ଗରେ ହଙ୍ଗାମା କରିଥିଲେ। ପୁଣି ଥରେ ଗୃହକୁ ୩୦ ମିନିଟ୍ ପାଇଁ ମୁଲତବୀ କରାଯାଇଛି। ଏବଂ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିବା ସୂଚନା ମିଳିଛି।

Breaking News