ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲାଲକିଲ୍ଲା ଏବଂ ଦିଲ୍ଲୀ ସଚିବାଳୟ କୁ ବୋମା ଧମକ ମିଳିଛି। ଦିଲ୍ଲୀ ପୋଲିସ୍ ଏ ନେଇ ତଦନ୍ତ ଆରମ୍ଭ କରୁଛି। ଲାଲକିଲ୍ଲା ଏବଂ ଦିଲ୍ଲୀ ସଚିବାଳୟ ପରିସର ଭିତରେ ଏବଂ ବାହାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଧମକପୂର୍ଣ୍ଣ ଇମେଲ୍ ଟି ଏକ ଖଲିସ୍ତାନୀ ଗୋଷ୍ଠୀ ନାଁରେ ପଠାଯାଇଥିଲା। ଘଟଣାସ୍ଥଳରେ ଉଚ୍ଚ ପୋଲିସ୍ ଅଧିକାରୀ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ଵାଡ୍ ଏବଂ ଅଗ୍ନିଶମ ବିଭାଗ ଦଳ ଉପସ୍ଥିତ ଅଛନ୍ତି। ବୋମା ଧମକ ମିଳିବା ପରେ ପୁରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଲାଲକିଲ୍ଲା ପରିସରକୁ ଖାଲି କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଆଇଟିଓ ନିକଟରେ ଥିବା ଦିଲ୍ଲୀ ସଚିବାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ସେଠାରୁ ଚାଲିଯିବାକୁ କୁହାଯାଇଥିଲା। ପୋଲିସ୍ ଟିମ୍ ଗୁଡିକ ସେଠାରେ ମଧ୍ୟ ତଦନ୍ତ ଆରମ୍ଭ କରିଛନ୍ତି। କେଉଁଠାରୁ ଏହି ଇମେଲ୍ ଆସିଛି , ତାହା ଜାଣିବା ପାଇଁ ପୋଲିସ୍ ଟିମ୍ ସାଇବର ସେଲକୁ ନିୟୋଜିତ କରିଛି। ଆଜି ସକାଳେ ଦୁଇଟି ଆର୍ମି ସ୍କୁଲକୁ ବୋମା ଧମକ ମିଳିଥିଲା।






More Stories
ଭାରତୀୟ ଇରାନ୍ ଛାଡ……
ବେଙ୍ଗଲବାସୀଙ୍କୁ ମୋଦୀ ଲେଖିଲେ ଚିଠି…..
ବାତିଲ ହୋଇପାରେ ଏସବୁ ଲୋକଙ୍କ ରାସନ କାର୍ଡ……