ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳରେ ସୋମବାର ଏକ ବସ୍ ଦୁର୍ଘଟଣା ଘଟିଥିବାବେଳେ ୧୯ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଆହତ ଚଉଦ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାୟ ୩୫ ଯାତ୍ରୀଙ୍କୁ ନେଇ ଉକ୍ତ ବସ୍ଟି ପୋଖରାରୁ କାଠମାଣ୍ଡୁ ଯାତ୍ରା କରୁଥିଲା। ସୋମବାର ଭୋର ସମୟରେ କାଠମାଣ୍ଡୁଠାରୁ ୮୦ କିମି ଦୂର ବେନିଘାଟ ନିକଟରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍ଟି ତ୍ରିଶୂଳି ନଦୀଗର୍ଭକୁ ଖସିପଡିଥିଲା। ମୃତାହତଙ୍କ ମଧ୍ୟରେ ଏକାଧିକ ବିଦେଶୀ ନାଗରିକ ସାମିଲ ଅଛନ୍ତି। ନେପାଳରେ ବସ୍ ଦୁର୍ଘଟଣା ଏକ ସ୍ବାଭାବିକ ଘଟଣା ପାଲଟିଛି। ସଂକୀର୍ଣ୍ଣ ପାହାଡିଆ ରାସ୍ତାରେ ଡ୍ରାଇଭରଙ୍କ ବେପରୁଆ ଗାଡିଚାଳନା ଯୋଗୁଁ ଦୁର୍ଘଟଣା ଘଟୁଥିବା କୁହାଯାଇଛି।






More Stories
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….