ରିପୋର୍ଟ କାର୍ଡ / କଟକ
କଟକ ଜିଲ୍ଲା ଚୌଦ୍ୱାର ନିବାସୀ ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ଆଜି ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି। ସେ ଏକାଧାରରେ ଜଣେ ନାଟ୍ୟକାର, ସଂଗୀତଜ୍ଞ, ଓ ଜଣେ ଭଲ ନୃତ୍ୟଶିଳ୍ପୀ ଥିଲେ। ଓଡ଼ିଆ ସଂସ୍କୃତି ଓ ପାରମ୍ପରିକ ଲୋକ କଳାର ଯେତେବେଳେ ଧିରେଧିରେ ଆଦର କମିଯାଉଥିଲା ସେ ବଞ୍ଚାଇବାକୁ ୧୯୬୦ ମସିହାରେ ତାଙ୍କ ପିତାଙ୍କ ସହିତ ପ୍ରଥମ ଥର ପାଇଁ ଘୋଡାନାଚ ପରିବେଷଣ କରିଥିଲେ। ଓଡ଼ିଶାର ପାରମ୍ପରିକ ‘ଘୋଡ଼ାନାଚ’କୁ ବିଶ୍ୱସ୍ତରରେ ପରିଚିତ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ ୨୦୨୦ରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..