ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ ଆମେରିକା ଦେଶ ବଲିଭିଆରେ ବଡ଼ ବିମାନ ଦୁର୍ଘଟଣା ଘଟିଛି । ବ୍ୟାଙ୍କ ନୋଟ୍ ନେଇ ଯାଉଥିବା ଏକ ପ୍ଲେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ନୂଆ କରି ଛପା ନୋଟ୍ ନେଇ ଯାଉଥିଲା ହରକ୍ୟୁଲେସ ସି-୧୩୦ ବିମାନ । ମଝି ଆକାଶରେ ଜଳି ଉଠିଲା ପ୍ଲେନ୍ । ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି ।ଘଟଣାସ୍ଥଳରେ ଅଗ୍ନିିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ନୋଟ୍ ଗୋଟାଇବାକୁ ଲୋକଙ୍କ ଭିଡ଼ ଲାଗିଛି । ଖରାପ ପାଗ କାରଣରୁ ବିମାନ କ୍ରାସ ହୋଇଥିବା ସୂଚନା ମିଳିଛି । ଏଲ୍ ଅଲଟୋ ସହରରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଲୋକଙ୍କୁ ଉଦ୍ଧାର କରିବା ବଦଳରେ ବିଛାଡି ହୋଇ ପଡିଥିବା ନୋଟ୍ ଗୋଟାଇବାକୁ ଲୋକ୍ ଧାଁ ଦୌଡ଼ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ରିପୋର୍ମନଟି ଏଲ୍ ଅଲଟୋ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ଖରାପ ପାଗ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ନିୟନ୍ତ୍ରଣ ହରାଇ ନିକଟସ୍ଥ ମୁଖ୍ୟ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାସ୍ତାରେ ଖସି ପଡିବା ପରେ ବିମାନଟି ଏକାଧିକ ଗାଡିକୁ ଧକ୍କା ଦେଇଥିଲା । ଏ ନେଇ ଅନେକ ଗାଡ଼ି ସମ୍ପୂର୍ଣ୍ଣ ଗୁଣ୍ଡ ହୋଇଯାଇଥିଲା । ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା । ଏହାକୁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି । ଦୁର୍ଘଟଣା ପରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିମାନରେ ଥିବା କୋଟି କୋଟି ନୂଆ ଛପା ଟଙ୍କା ବିଛାଡି ହୋଇ ପଡିଥିଲା । ସୋସିଆଲ ମିଡିଆ ଭିଡିଓରେ ଦେଖିବାକୁ ମିଳିଛି କି ଶହ ଶହ ଲୋକ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ପରିବର୍ତ୍ତେ ଭଗ୍ନାବଶେଷ ଭିତରେ ପଡିଥିବା ଟଙ୍କା ଗୋଟାଇବାକୁ ଧାଇଁ ଆସୁଛନ୍ତି ।






More Stories
ମୁତୟନ ହେବେ ୨୪୦ କମ୍ପାନୀ ସିଏପିଏଫ୍…..
କେ.କବିତା ନିର୍ଦ୍ଦୋଷରେ ଖଲାସ…..
କେଜରିୱାଲ ଓ ସିସୋଦିଆ ମୁକ୍ତ…..