ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୁଇଦିନରେ ୧୨ ସେଟ ନାମାଙ୍କନପତ୍ର ବିଭିନ୍ନ ରାଜନୈତିକ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀ ନେଇଛନ୍ତି। ବିଜେଡି ୬ସେଟ୍, କଂଗ୍ରେସ ୩ସେଟ୍ ଏବଂ ତିନିଜଣ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ନାମାଙ୍କନପତ୍ର ନେଇଥିବା ଜଣାପଡ଼ିଛି। ପ୍ରଥମ ଦିନ ବିଜେଡି ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ୬ଟି ସେଟ୍ ନାମାଙ୍କନପତ୍ର ନେଇଥିବା ବେଳେ ତେଲେଙ୍ଗାନାର କାନ୍ତେ ସାୟାନ୍ନା ସ୍ବାଧୀନ ପ୍ରାର୍ଥୀ ଭାବେ ଗୋଟିଏ ସେଟ୍ ନାମାଙ୍କନପତ୍ର ନେଇଥିଲେ। ଶୁକ୍ରବାର କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗୋ ୩ସେଟ୍ ନାମାଙ୍କନପତ୍ର ନେଇଛନ୍ତି। ଏଥିସହିତ କଟକ ପୁରୀଘାଟ ଅନ୍ତର୍ଗତ ତେଲେଙ୍ଗା ବଜାର ଅଞ୍ଚଳର ଜଣେ ବ୍ୟକ୍ତି ସ୍ବାଧୀନ ପ୍ରାର୍ଥୀ ଭାବେ ଗୋଟିଏ ସେଟ୍ ନାମାଙ୍କନପତ୍ର ନେଇଥିବା ବେଳେ ଖୋରଧା ଜିଲାର ଗୁରୁଜଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତି ସ୍ବାଧୀନ ପ୍ରାର୍ଥୀ ଭାବେ ଗୋଟିଏ ସେଟ୍ ନାମାଙ୍କନପତ୍ର ନେଇଛନ୍ତି।





More Stories
ଆଜିଠୁ କଟକ ବାଲିଯାତ୍ରା,ଉଦ୍ଘାଟନ କରିବେ ରାଷ୍ଟ୍ରପତି…..
ବିଦ୍ୟାଭାରତୀ ଚାକିରିରୁ ନିଲମ୍ବିତ…..
ଚାଷ ଜମି ବୁଲିଲେ, ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ…..