ରିପୋର୍ଟ କାର୍ଡ / ଭୁବନେଶ୍ଵର
ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଜଣଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଲାଗି ଘୋଷଣା କରିଛନ୍ତି। ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ଵର ହୋତାଙ୍କୁ ପ୍ରାର୍ଥୀ କରାଯାଇଛି। ସଂତୃପ୍ତ ତୃତୀୟ ଓ ଦତ୍ତେଶ୍ଵର ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଦତ୍ତେଶ୍ଵରଙ୍କୁ ସବୁ ଦଳ ସମର୍ଥନ କରନ୍ତୁ ବୋଲି କହିଛନ୍ତି ନବୀନ। ତେବେ ଡାକ୍ତର ଦତ୍ତେଶ୍ବର ହୋତା ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଥିଲେ । ୟୁରୋଲୋଜି କ୍ଷେତ୍ରରେ ତାଙ୍କର ୪୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। କଟକ ଏସସିବି ମେଡିକାଲର ୟୁରୋଲୋଜି ବିଭାଗର ସେ ମୁଖ୍ୟ ଥିଲେ।






More Stories
ଆଶୁତୋଷ ପରିଡ଼ାଙ୍କୁ ଶାରଳା ପୁରସ୍କାର…..
ଓଡ଼ିଶାକୁ ୭,୨୨୧ କୋଟି ମଞ୍ଜୁରୀ…..
ବୈଷୟିକ ଶିକ୍ଷାରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି…..