Report Card Odisha

| Daily Odia News

କରାଚୀରେ ବ୍ୟାପକ ହିଂସା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ପାକିସ୍ତାନର କରାଚୀରେ ବ୍ୟାପକ ହିଂସା ଦେଖାଦେଇଛି। ହଜାର ହଜାର ବିକ୍ଷୋଭ ପ୍ରଦର୍ଶନକାରୀ ଆମେରିକା ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବା ସହ ତୀବ୍ର ପ୍ରତିବାଦ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଉତ୍ତ୍ୟକ୍ତ ଜନତା କରାଚୀରେ ଥିବା ଆମେରିକୀୟ ଦୂତାବାସକୁ ଘେରି ଯାଇ ଭଙ୍ଗାରୁଜା କରିଥିଲେ। ଆମେରିକା ବିରୋଧୀ ସ୍ଲୋଗାନ ଦେଇ, ପ୍ରଦର୍ଶନକାରୀମାନେ ଦୂତାବାସ ପରିସରରେ ନିଆଁ ଲଗାଇ ଦେଇଥିଲେ। ଯାହା ଫଳରେ ସମଗ୍ର ଅଞ୍ଚଳ କଳା ଧୂଆଁର ଘନ ଅନ୍ଧକାରରେ ଘେରି ଯାଇଥିଲା। ପରିସ୍ଥିତି ଏତେ ଗମ୍ଭୀର ହୋଇଗଲା ଯେ ସେଠାରେ ନିୟୋଜିତ ସୁରକ୍ଷା କର୍ମୀମାନଙ୍କୁ ପଛକୁ ହଟିବାକୁ ପଡିଲା । ଏବଂ ସମଗ୍ର ଅଞ୍ଚଳରେ ଅରାଜକତା ଦେଖାଦେଇଥିଲା।ସେପଟେ ପରିସ୍ଥିତିକୁ ଶାନ୍ତ କରିବାକୁ ପାକିସ୍ତାନୀ ସୁରକ୍ଷା ବାହିନୀ ଏବଂ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସୁରକ୍ଷା ବାହିନୀମାନେ ଆମେରିକୀୟ ଦୂତାବାସକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରିଦେଇଛନ୍ତି। ଏପରିକି ଲୁହ ବୁହା ଗ୍ୟାସ୍ ମାଡ଼ କରାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ସଂଖ୍ୟା ଏତେ ଅଧିକ ଥିଲା ଯେ ସେମାନଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର ଥିଲା। ବର୍ତ୍ତମାନ, କୌଣସି ବଡ଼ ଅଘଟଣକୁ ଏଡାଇବା ପାଇଁ ଦୂତାବାସ ଚାରିପାଖର ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକହି କରାଯାଇଛି।

Breaking News