ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ୟୁଟ୍ୟୁବର ରାହୁଲ ମହାରଣାଙ୍କ ହତ୍ୟା ମାମଲାରେ ଜଣେ ଯବାନଙ୍କ ସହ ୩ ଜଣଙ୍କୁ ଗିରଫ କରାଯାଇଛି। ଜଣେ ଯବାନ ଓ ତାଙ୍କର ଦୁଇ ପୁତୁରାକୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମୃତ ଯୁବକ ରାହୁଲ ମହାରଣା ବୋଲି ଜଣାପଡିଛି । ସେ ଜଣେ ୟୁଟ୍ୟୁବ ବ୍ଲଗର। ରାତିରେ ୪ରୁ ୫ ଜଣ ରାହୁଲଙ୍କୁ ଛୁରି ଭୁସି ହତ୍ୟା କରିଥିବା ଜଣାପଡ଼ିଛି। ରାହୁଲଙ୍କୁ ରକ୍ତ ଜଡ଼ୁଜୁଡ଼ୁ ଅବସ୍ଥାରେ ତୁରନ୍ତ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କମିଶନରେଟ୍ ପୁଲିସ୍ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଛି। ମଦ୍ୟପାନ ଓ ପରେ ଯୁକ୍ତିତର୍କକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି।






More Stories
ବିଜୁ ବାବୁଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର…..
ଓଏଏସ୍ ଅଧିକାରୀସ୍ତରରେ ଅଦଳବଦଳ……
ସରଣ୍ଡାରେ ଏନ୍କାଉଣ୍ଟର:୫ ଯବାନ ଆହତ…..