ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆସନ୍ତାକାଲି ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା । ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କୋଟିଏ ୨ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ। ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ମଧ୍ୟ ସୁଭଦ୍ରା ଟଙ୍କା ପାଇବେ। ପୁରୀର ତାଳବଣିଆ ଠାରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ ହେବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ସମସ୍ତ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ। ସୁଭଦ୍ରା ହିତାଧିକାରୀଙ୍କ ତାଲିକା ବଦଳିବା ଏକ ନିରନ୍ତର ପ୍ରକ୍ରିୟା। ଯେଉଁମାନଙ୍କୁ ୨୧ ବର୍ଷ ହେବ ସେମାନେ ଉକ୍ତ ଯୋଜନାରେ ସାମିଲ ହେବେ। ୬୦ ଟପିଲେ ପେନ୍ସନ ଲିଷ୍ଟକୁ ଯିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।






More Stories
ଶାଳୀନତା ରଖ ବିଜେପି ବିଧାୟକ…..
ଖଡଗେଙ୍କୁ ଭେଟିଲେ ଦତ୍ତେଶ୍ଵର…..
ଯଥେଷ୍ଟ ତେଲ ମହଜୁଦ୍ ଅଛି…..