Report Card Odisha

| Daily Odia News

ଅନ୍ତର୍ଜାତୀୟ ମହିଳା ଦିବସ:’ପାଇବା ପାଇଁ ଦେବା’……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନାରୀଙ୍କ ପାଇଁ ଦିନଟିଏ |’ପାଇବା ପାଇଁ ଦେବା’ ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ଏହା ରହିଛି ବିଷୟବସ୍ତୁ। ଏହି ଛୋଟ ମନ୍ତ୍ରଟି ମଧ୍ୟରେ ଅସୀମ ଶକ୍ତି ଲୁଚି ରହିଛି। କିଛି ଦେବାର ମନୋଭାବ ହିଁ ଅବଶେଷରେ ଅଧିକ ପ୍ରାପ୍ତିର ଦ୍ୱାର ଖୋଲି ଦେଇଥାଏ। ମହିଳା ସଶକ୍ତୀକରଣ ପରିପ୍ରେକ୍ଷୀରେ ଏହା କେବଳ ଏକ ସ୍ଲୋଗାନ୍ ନୁହେଁ, ଏକ ଦାୟିତ୍ୱ, ଏକ ସାମୂହିକ ଆନ୍ଦୋଳନ। ଆନ୍ତର୍ଜାତିକ ମହିଳା ଦିବସ ପାଳନର ଲକ୍ଷ୍ୟ ହେଲା ଶିକ୍ଷା, ସ୍ୱାସ୍ଥ୍ୟ, ନେତୃତ୍ୱ ଏବଂ ଦରମାରେ ଲିଙ୍ଗଗତ ସମାନତାକୁ ଗତି ପ୍ରଦାନ କରିବା। ମହିଳାମାନଙ୍କୁ ସୁଯୋଗ, ସମର୍ଥନ ଓ ସୁରକ୍ଷା ମିଳିଲେ, ସମାଜ ସମୃଦ୍ଧ ହୁଏ ଏବଂ ପୁନଃ ମହିଳାମାନଙ୍କୁ ହିଁ ନୂତନ ମାର୍ଗଦର୍ଶନ ପ୍ରଦାନ କରେ। ମହିଳା ଦିବସର ଗୁରୁତ୍ୱପୂର୍ଣ୍ଣ -ଏହା ନାରୀବାଦକୁ ଏକ ସାମୂହିକ ପ୍ରୟାସ ରୂପେ ସ୍ଥାପନ କରେ; ଯେଉଁଠି ପୁରୁଷମାନେ ମଧ୍ୟ ଅଂଶୀଦାର ହୁଅନ୍ତି। ଆଗକୁ ଯାଇ ସୁସ୍ଥ ପରିବାର, ଆର୍ଥିକ ସ୍ୱଚ୍ଛଳତା ଏବଂ ଉନ୍ନତ ଭବିଷ୍ୟତ ନିର୍ମାଣରେ ଏହା ସହାୟକ ହୁଏ। ୧୯୧୧ରୁ ଆରମ୍ଭ ହୋଇଥିବା ଏହି ମହିଳା ଦିବସ ନ୍ୟାୟ ଓ ଅଧିକାର ପାଇଁ ଆନ୍ଦୋଳନ ଠାରୁ ଆରମ୍ଭ ହୋଇ ୨o୨୬ର ‘ପାଇବା ପାଇଁ ଦେବା’ ଅଭିଯାନ ପର୍ଯ୍ୟନ୍ତ ସ୍ପଷ୍ଟ କରେ ଯେ ବିକାଶ ପାଇଁ ଦୃଢ଼ତା ଆବଶ୍ୟକ। ତେବେ କେଉଁମାନେ ମହିଳାଙ୍କୁ କ’ଣ କ’ଣ ଦେଇପାରିବେ ବା ଦେବା ଆବଶ୍ୟକ ତା’ ଉପରେ ଆଲୋଚନା ମଧ୍ୟ ପ୍ରାସଙ୍ଗିକ ମନେହୁଏ ଲ ସମାଜ ମହିଳାଙ୍କୁ ସଶକ୍ତ କରିବା ପାଇଁ ଶିକ୍ଷାର ସମାନ ସୁଯୋଗ, ସୁରକ୍ଷା, ସମ୍ମାନ, ଆର୍ଥିକ ସ୍ୱାଧୀନତା ପାଇଁ ମଞ୍ଚ, ନିଷ୍ପକ୍ଷ ଆଇନ ଓ ପ୍ରୟୋଗ ଯୋଗାଇ ଦେବା ଉଚିତ। ଯେତେବେଳେ ସମାଜ ଏହି ଆଧାରଗୁଡିକୁ ଦେଉଛି, ସେତେବେଳେ ସେ ଫେରି ପାଉଛି, ଏକ ସୁସଂଗଠିତ ପରିବାର, ଦାୟିତ୍ୱଶୀଳ ପିଢ଼ି ଏବଂ ଏକ ସ୍ଥିର ଅର୍ଥନୀତି। କହିବା ବାହୁଲ୍ୟ, ଯେ ମହିଳାମାନେ ଯେତେ ସୁରକ୍ଷିତ ରହିବେ, ଆମ ସମାଜ ସେତିକି ଉନ୍ନତି କରିବ। ରାସ୍ତାରେ ଚାଲୁଥିବା, ଏକୁଟିଆ ଘରକୁ ଫେରୁଥିବା, ରାତିରେ ବାହାରକୁ ଯାଉଥିବା ପ୍ରତ୍ୟେକ ଝିଅ ଓ ମହିଳାଙ୍କୁ ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜ ଝିଅ, ନିଜ ଭଉଣୀ, ନିଜ ମାଆ, ନିଜର ପରିବାର ସ୍ୱଜନର ଦୃଷ୍ଟିରେ ଦେଖନ୍ତୁ। ପରିବାର ଯଦି ଝିଅଙ୍କୁ ଭରସା, ସାହସ ଓ ସ୍ୱାଧୀନତା ଦେଉଛି, ତା’ ବଦଳରେ ପାଇବ, ଗୌରବ, ସଫଳତା ଓ ସମ୍ମାନ। ପରିବାର ଝିଅ ଓ ମହିଳାଙ୍କୁ ନିଜର ମନକଥା ଖୋଲି କହିବାର ସ୍ୱାଧୀନତା, ସବୁ ପରିସ୍ଥିତିରେ ତା’ ସହ ଛିଡ଼ା ହେବାର ବିଶ୍ୱାସ ଦିଏ | ଆମ ଝିଅମାନଙ୍କୁ ଅବସର ମିଳିବ, କାଲି ସେମାନେ ଦେଶକୁ ନେତୃତ୍ୱ ଦେବେ।

Breaking News