ରିପୋର୍ଟ କାର୍ଡ / ଭୁବନେଶ୍ଵର
ଏସସିବି ମେଡିକାଲର ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଆମ ସରକାରରେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ। ତେଣୁ ଆଜିର ଏହି ଘଟଣା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ନବୀନ ଦାବି କରିଛନ୍ତି।ସେପଟେ ବିଧାନସଭାରେ ଏସସିବି ଅଗ୍ନିକାଣ୍ଡ ଘଟଣା ପ୍ରସଙ୍ଗ ଉଠାଇଥିଲେ ବିରୋଧୀ। ପ୍ରବଳ ପାଟିତୁଣ୍ଡ ମଧ୍ୟରେ ବାଚସ୍ପତି ଗୃହକୁ ଦିନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ଆଜି ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଥିଲା । କଟକ ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଟିମ୍ ଗଠନ କରାଯାଇଛି। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା, ସେ ନେଇ ଏହି ଟିମ୍ ତଦନ୍ତ କରିବ। ଅଗ୍ନିଶମ ଆଇଜି, ଇଆଇସି, ସହରାଞ୍ଚଳ ଜନସ୍ବାସ୍ଥ୍ୟ ବିଭାଗ ଇଆଇସି -ଚିଫ୍ ଇଞ୍ଜିନିୟର ବିଲ୍ଡିଂ, ମେଡିକାଲ ଏଜୁକେଶନ ଓ ଟ୍ରେନିଂ ନିର୍ଦ୍ଦେଶକ ପ୍ରମୁଖ ଏହି ଟିମ୍ ରେ ସାମିଲ ହୋଇଛନ୍ତି। କମିଟି ଏସସିବି ମେଡିକାଲ ପରିଦର୍ଶନ କରି ସଂଧ୍ୟା ସୁଦ୍ଧା ମୁଖ୍ୟ ସଚିବଙ୍କୁ ରିପୋର୍ଟ ଦେବ।






More Stories
ଏସ୍ସିବି ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି…..
୪ଟା ଯାଏଁ ଗୃହ ମୁଲତବୀ…..
ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା…..