Report Card Odisha

| Daily Odia News

୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟସଭା ନିର୍ବାଚନରେ ୮ ବିଜେଡି ବିଧାୟକଙ୍କ କ୍ରସ ଭୋଟିଂ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାରେ ବିଷୟ ପାଲଟିଛି। ଅବଶ୍ୟ ୮ ମଧ୍ୟରେ ଦୁଇ ନିଲମ୍ବିତ ବିଧାୟକ ଅଛନ୍ତି। ହେଲେ ନବୀନଙ୍କ ସବୁ ଚେଷ୍ଟା ସତ୍ତ୍ବେବି ଏହି ବିଧାୟକମାନେ କ୍ରସ ଭୋଟିଂ କରିବା ଦଳର ସ୍ଥିତିକୁ ସର୍ବସମ୍ମୁଖକୁ ପଦାରେ ପକାଇଛି। ବିଜେଡିର ନେତାମାନଙ୍କ ଉପରେ, ଆଉ ଯେ ନବୀନଙ୍କ ସେତେଟା ପ୍ରଭାବ ନାହିଁ ତାହା ଏଥିରୁ ସ୍ପଷ୍ଟ ହେଉଛି।
ତେବେ ଅନ୍ୟ ୬ ବିଜେଡି ବିଧାୟକଙ୍କ କ୍ରସ ଭୋଟିଂକୁ ଦଳ ସହଜରେ ଗ୍ରହଣ କରିପାରିନାହିଁ। ଏଥିପାଇଁ ମଙ୍ଗଳବାର ବିଜେଡି ଚିଫ୍ ହ୍ବିପ୍ ଏହି ୬ ବିଧାୟକ ଚକ୍ରମଣି କହଁର, ନବ ମଲ୍ଲିକ, ସୌଭିକ ବିଶ୍ବାଳ, ସୁବାସିନୀ ଜେନା, ବିଧାୟକ ରମାକାନ୍ତ ଭୋଇ, ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ନୋଟିସ ଜାରି କରିଛନ୍ତି। କ୍ରସ ଭୋଟିଂ କରିଥିବା ୬ ବିଜେଡି ବିଧାୟକଙ୍କୁ ୨୦ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Breaking News