ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଜେବି କଲେଜରେ ଫେରୱେଲ୍ ପାର୍ଟିରୁ ପିଟାପିଟି । ଡିଜେ ବଜାଇବାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି । ଦୁଇ ହଷ୍ଟେଲ ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି । ପଥର ମାଡ ଯୋଗୁ ୨୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଅଶୋକା ହଷ୍ଟେଲରେ ଫେରୱେଲ ପାର୍ଟି ଚାଲିଥିଲା । ରାତିରେ ହଷ୍ଟେଲ ପିଲା ନାଚଗୀତରେ ମସଗୁଲ ଥିଲେ । ଏନେଇ ଆମ୍ବେଦକର ହଷ୍ଟେଲର କିଛି ପିଲା ପୋଲିସ କୁ ଖବର ଦେଇଥିଲେ। ପୋଲିସ୍ ପହଞ୍ଚି ଡିଜେ ବନ୍ଦ କରିଥିଲା । ଏହାପରେ ଦୁଇ ହଷ୍ଟେଲ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବିୟର ବୋତଲ ଏବଂ ପଥର ମାଡ ଆରମ୍ଭ ହୋଇଥିଲା। ଗତକାଲି ରାତିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।






More Stories
୧୯ରୁ ମାଟ୍ରିକ୍ ଖାତାଦେଖା…..
କାଳବୈଶାଖୀ:୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ନିଂ……
୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ…..