ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲାବେଳେ ବୁଧବାର ‘ଏସ୍ଓପି’ ଜାରି ହୋଇଛି। ଯଦି ସଂପୃକ୍ତ ବିଭାଗ ପରାମର୍ଶଦାତାଙ୍କ ନିଯୁକ୍ତି ବେଳେ ଏହି ‘ଏସ୍ଓପି’ ପାଳନ ନ କରେ ତେବେ ୨୦୨୬ ଏପ୍ରିଲ ପହିଲାରୁ ସେମାନଙ୍କ ଦରମା ବନ୍ଦ କରିଦିଆଯିବ ବୋଲି ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ଅବଗତ କରାଇଛନ୍ତି। ପ୍ରମୁଖ ସଚିବ ମିଶ୍ର ବୁଧବାର ସବୁ ବିଭାଗର ସଚିବଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି ଯେ, ଅର୍ଥ ବିଭାଗ ପକ୍ଷରୁ ୨୦୨୫ ମାର୍ଚ୍ଚ ୩୧ରେ ଏ ସଂକ୍ରାନ୍ତରେ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା। ତଦନୁଯାୟୀ, ସଂପୃକ୍ତ ବିଭାଗଗୁଡ଼ିକ ପରାମର୍ଶଦାତାଙ୍କ ନିଯୁକ୍ତି ପାଇଁ ଅର୍ଥ ବିଭାଗଠାରୁ ଅନୁମତି ନେବାକୁ ହେବ। ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟରତ ପରାମର୍ଶଦାତା, ପିଏମ୍ୟୁ ସେଲ୍ ଏବଂ ଟିଏସ୍ୟୁ ସେଲ୍ର ଆବଶ୍ୟକତା ରହିଛି କି ନାହିଁ ତାହା ଉପରେ ସ୍ପଷ୍ଟଭାବେ ଉଚ୍ଚ କ୍ଷମତାସମ୍ପନ୍ନ କମିଟିକୁ ଅବଗତ କରାଇବାକୁ ପଡ଼ିବ। ତେବେ ଏହି ସମସ୍ତ ପ୍ରକ୍ରିୟା ୨୦୨୬ ମାର୍ଚ୍ଚ ସୁଦ୍ଧା ଶେଷହେବା ଆବଶ୍ୟକ।






More Stories
ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ…..
ନୂଆପଡାରେ ହୀରା ଖଣି…..
କାଳବୈଶାଖୀ ସତର୍କତା…..