Report Card Odisha

| Daily Odia News

ଯିଏ ଶୃଙ୍ଖଳା ଭାଙ୍ଗିବ କାର୍ଯ୍ୟାନୁଷ୍ଠାନ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦଳର ସମ୍ବିଧାନରେ ଅଛି । ସେଥିପାଇଁ ଶୃଙ୍ଖଳା ଭାଙ୍ଗିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ରାଜ୍ୟସଭା ଭୋଟିଂ ବେଳେ ବସିଥିବା ଏଜେଣ୍ଟ କାର୍ଯ୍ୟାନୁଷ୍ଠାନ ପାଇଁ ବି ସୁପାରିଶ ମଧ୍ୟ କରିଥିଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର । ଆହୁରି ମଧ୍ୟ କହିଛନ୍ତି ଯେ, ଗଣମାଧ୍ୟମରେ ସେମାନେ ବିଭିନ୍ନ ପ୍ରକାରର ବିବୃତ୍ତି ରଖୁଛନ୍ତି । ଦଳ ପକ୍ଷରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଥିଲା । କିନ୍ତୁ ସନ୍ତୋଷଜନକ ଉତ୍ତର ମିଳିନଥିଲା । ଶୃଙ୍ଖଳା କମିଟି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲା । ନବୀନ ବାବୁ ରାଜନୈତିକ ବ୍ୟାପାର କମିଟି ଡାକି ସମସ୍ତଙ୍କ ସହ କଥା ହୋଇଥିଲେ । ଏହାପରେ କମିଟି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଲା । ତେଣୁ ସଭାପତି ନିଲମ୍ବନ କରିଲେ ।

ସେହିପରି ଗଣମାଧ୍ୟମକୁ ତଥ୍ୟ ଦେବା ସମୟରେ ଦେବୀ ମିଶ୍ର କିଛି ତଥ୍ୟ ରଖିଛନ୍ତି-ଦଳ ନିଷ୍ପତ୍ତିକୁ ମାନିନଥିବାରୁ ସଭ୍ୟ ପଦ କାହିଁକି ରଦ୍ଦ କରାନଯିବ । ସେନେଇ ମଧ୍ୟ ବାଚସ୍ପତିଙ୍କ ପାଖରେ ଆବେଦନ କରିବ ବିଜେଡି ।

ରାଜ୍ୟସଭାରେ ୨ ବିଧାୟକଙ୍କୁ ୨ୟ ବାଲାଟ ଦିଆଯାଥିବାରୁ ସେମାନଙ୍କ ବିରୋଧରେ ମଧ୍ୟ ବାଚସ୍ପତି ଏବଂ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେବ ବିଜେଡି ।

ସେ କହିଛନ୍ତି ଯେ, ବିଧାୟକଙ୍କୁ ନିଲମ୍ବନ କଲେ କାହାର ଫାଇଦା ହୁଏ ? କାହାର କ୍ଷତି ହୁଏ ? ତାହା ଗୁରୁତ୍ୱପୂର୍ଣ ନୁହେଁ । ବରଂ ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ସେମାନେ ପାର୍ଟି ନିର୍ଦ୍ଦେଶରୁ ବାହାରକୁ ଯାଇଛନ୍ତି । ତେଣୁ ଦଳ ସେମାନଙ୍କ ବିରୋଧରେ ଯିବ ଏବଂ ଆକ୍ସନ ବି ନେବ ।

Breaking News