ରିପୋର୍ଟ କାର୍ଡ / ଭୁବନେଶ୍ୱର
SCB ମେଡିକାଲ ପୋଡ଼ି ଘଟଣାରେ ରାଜ୍ୟ ରାଜନୀତିରେ ହଇଚଇ । ଶାସକ-ବିରୋଧୀଙ୍କ ମଧ୍ୟରେ ଚାଲିଛି ଆରୋପ ଏବଂ ପ୍ରତ୍ୟୋରପର ଲଢେଇ । କେତେବେଳେ ବିରୋଧୀ ଶାସକଙ୍କୁ କହୁଛନ୍ତି ତ ଆଉ କେତେବେଳେ ଶାସକ ବିରୋଧୀଙ୍କ ଟାର୍ଗେଟ କଲେଣି । ଏସବୁ ଭିତରେ ମଙ୍ଗଳବାର ଦିନ ପୁଣି ଥରେ ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, SCB ମେଡିକାଲ ପୋଡ଼ି ଘଟଣାକୁ ନେଇ ୯ ଦିନ ବିତିସାରିଲାଣି । ତଥାପି କୌଣସି ବି କେନ୍ଦ୍ର ମନ୍ତ୍ରୀ ମେଡିକାଲ ପରିଦର୍ଶନ କରିନାହାନ୍ତି । କିନ୍ତୁ ଯେତେବେଳେ ଗୋଟିଏ ଘରୋଇ ହସ୍ପିଟାଲରେ ନିଆଁ ଲାଗିଥିଲା ସେତେବେଳେ ଅନେକ କେନ୍ଦ୍ର ମନ୍ତ୍ରୀ ଆସିଥିଲେ । ଏବେ କାହିଁକି ଆସୁନାହାନ୍ତି । ଯାହା ପୁରା ଆଶ୍ଚର୍ଯ୍ୟଜନକ । ମୁଁ ଆଉ ଥରେ କହୁଛ ଯେ, ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଘଟଣାରେ ଇସ୍ତଫା ଦିଅନ୍ତୁ । ନଚେତ ଆଗାମୀ ଦିନରେ ଆନ୍ଦୋଳନ ହେବ । ବିଜେଡି ଜୋରଦାର ପ୍ରତିବାଦ କରିବ ।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..