ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ଦ୍ବାରା ଆଗତ ଏକ ପିଟିସନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ‘ଜମି ବଦଳରେ ଚାକିରି’ ଦୁର୍ନୀତି ପ୍ରସଙ୍ଗ ନେଇ ସିବିଆଇ ପକ୍ଷରୁ ଯେଉଁ ମାମଲା ରୁଜୁ କରାଯାଇଛି, ତାହାକୁ ଖାରଜ କରିବାକୁ ଲାଲୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ରବୀନ୍ଦ୍ର ଦୁଦେଜାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି ଯେ ଲାଲୁଙ୍କ ଆବେଦନ ପଛରେ ଯଥାର୍ଥତା ନଥିବାରୁ ଏହାକୁ ଖାରଜ କରାଯାଇଛି। ସୂଚନାଯୋଗ୍ୟ ଲାଲୁ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ରେଳମନ୍ତ୍ରୀ ଥିବାବେଳେ ଏହି ଦୁର୍ନୀତିର ସୂତ୍ରପାତ ହୋଇଥିଲା। ଯେଉଁ ବ୍ୟକ୍ତି ପାଟନା ସହରରେ ଥିବା ନିଜର ମୂଲ୍ୟବାନ ସମ୍ପତ୍ତିକୁ ଶସ୍ତା ଦରରେ ଲାଲୁଙ୍କ ପରିବାରକୁ ବିକ୍ରି କରିବେ, ତାଙ୍କୁ ରେଳ ବିଭାଗରେ ଗ୍ରୁପ୍-ଡି’ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..