ରିପୋର୍ଟ କାର୍ଡ / ଭଦ୍ରକ
ଏମିତି ରିଲ୍ସ ନିଶା ଘାରିଛି ଯେ ଯୁବ ପିଢିଙ୍କୁ ନଦୀକୁ ଡେଇଁବାକୁ ପଛାଉ ନାହାନ୍ତି | ରିଲ୍ସ ପାଇଁ ନଦୀକୁ ଡେଇଁ ପଡିଛନ୍ତି ଦୁଇ ଯୁବକ । ଭଦ୍ରକ ପୁରୁଣା ବଜାର ଥାନା ସନ୍ଥିଆ ବ୍ରିଜ୍ ନିକଟରେ ଦେଖିବାକୁ ମିଳିଛି ଏପରି କିଛି ଚିତ୍ର । ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । କେନ୍ଦୁଝର ଜିଲ୍ଲାର କେତେକ ଯୁବକ ଭଦ୍ରକରେ ରହି କାମ କରୁଥିଲେ ।ହିମାଂଶୁ ଶେଖର ନାୟକ, ମିଥୁନ ନାୟକ ଜଣେ ସାଙ୍ଗ ସହ ସନ୍ଥିଆ ବ୍ରିଜ ଉପରୁ ସାଳନ୍ଦୀ ନଈକୁ ଡେଇଁ ରିଲ୍ କରୁଥିଲେ । ଏହି ସମୟରେ ହିମାଂଶୁ ନଈକୁ ଡେଇଁବା ପରେ ମିଥୁନ ନଈକୁ ଡେଇଁଥିଲେ । ପରେ ହିମାଂଶୁ ପହଁରି ଆସିବା ବେଳେ ନିଖୋଜ ହୋଇଯାଇଥିଲେ ମିଥୁନ । ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ । ଏହାସହିତ ସୁଟିଂ କରୁଥିବା ଯୁବକକୁ ପୋଲିସ ଅଟକ ରଖି ଜେରା କରୁଛି । ବାକି ନିଖୋଜ ଥିବା ମିଥୁନକୁ ଅଗ୍ନିଶମ ବାହିନୀକୁ ପକ୍ଷରୁ ଖୋଜାଖୋଜି ଚାଲିଥିବା ସୂଚନା ମିଳିଛି।






More Stories
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..
୬ ସ୍ୱତନ୍ତ୍ର ଟ୍ରେନ୍ ସେବା ସମ୍ପ୍ରସାରଣ….