ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମ୍ ଆଦମୀ ପାର୍ଟି (ଆପ୍) ପକ୍ଷରୁ ନିକଟରେ ଦଳୀୟ ସାଂସଦ ରାଘବ ଚଢାଙ୍କୁ ରାଜ୍ୟସଭା ବିରୋଧୀ ଦଳ ଉପନେତା ପଦରୁ ବହିଷ୍କାର କରାଯାଇଛି। ଏହି ଘଟଣା ଦିଲ୍ଲୀର ରାଜନୈତିକ ମହଲରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଦଳ ପକ୍ଷରୁ ଯେଉଁ ଅଭିଯୋଗ ଆଗତ କରାଯାଇଛି, ତାହାକୁ ରାଘବ ଖଣ୍ଡନ କରିଛନ୍ତି। ରାଜ୍ୟସଭାରେ ରାଘବ କୁଆଡେ ପଞ୍ଜାବ ସମସ୍ୟା ଉତ୍ଥାପନ କରିବାରେ ବିଫଳ ହୋଇଥିବାରୁ ତାଙ୍କୁ ଉପନେତା ପଦରୁ ହଟାଇ ଦିଆଯାଇଛି ବୋଲି ଆପ୍ ଅଭିଯୋଗ କରିିଛି। ଜବାବରେ ରାଘବ ତିନି ମିନିଟର ଏକ ଭିଡିଓ ଜାରି କରି ସଫେଇ ଦେଇଛନ୍ତି। ସାଂସଦ ଭାବେ ସେ ପଞ୍ଜାବର ସବୁ ସମସ୍ୟା ଗୃହରେ ଉତ୍ଥାପନ କରିଛନ୍ତି। ଏହାର ପ୍ରମାଣ ରାଜ୍ୟସଭା ଟିଭିରେ ରେକର୍ଡ ହୋଇ ରହିଛି।






More Stories
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
ଇସ୍ରାଏଲକୁ ଉଡ଼ିବନି ଏୟାର ଇଣ୍ଡିଆ ବିମାନ…..