ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ପାଳୁଛି ୪୭ତମ ପ୍ରତିଷ୍ଠା ଦିବସ। ବିଜେପି ପ୍ରତିଷ୍ଠା ଦିବସ ଅବସରରେ ଅନେକ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଏହି ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଦଳ ଦେଶ ପ୍ରଥମ ନୀତିରେ ପରିଚାଳିତ ହୋଇ ସମାଜ ସେବାରେ ଆଗୁଆ କର୍ମକର୍ତ୍ତାମାନେ ସେବା, ସମର୍ପଣ ଏବଂ ସୁଶାସନ ପ୍ରତି ଆଗ୍ରହ ପାଇଁ ଜଣାଶୁଣା। ବିଜେପି କର୍ମକର୍ତ୍ତାମାନେ ଲୋକଙ୍କୁ ଆମ ବିଚାରଧାରା ଏବଂ କାର୍ଯ୍ୟ ସହ ଯୋଡିବାରେ ସଫଳ ହୋଇଛନ୍ତି। ବିଜେପି ଲୋକଙ୍କ କଲ୍ୟାଣକୁ ଏହାର ଦୃଷ୍ଟିକୋଣର କେନ୍ଦ୍ରରେ ରଖେ। ବିଜେପି ଏକ ବିକଶିତ ଭାରତ ନିର୍ମାଣ ପାଇଁ ପ୍ରତିବଦ୍ଧ। ବିଜେପି ପ୍ରତିଷ୍ଠା ଦିବସ ଅବସରରେ କର୍ମକର୍ତ୍ତାଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସମାଜର ଶେଷ ଧାଡିରେ ଥିବା ଲୋକଙ୍କ କଲ୍ୟାଣର ମୂଳ ଭାବନା ସହ ଆରମ୍ଭ ହୋଇଥିବା ବିଜେପି, ମୋଦୀଙ୍କ ନେତୃତ୍ୱରେ ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ’ ମନ୍ତ୍ରକୁ ସାକାର କରିଛି। ଦେଶକୁ ସୁଶାସନ ଏବଂ ସ୍ୱଚ୍ଛତା ପ୍ରତିଷ୍ଠା କରି ବିଜେପି ଗଣତନ୍ତ୍ରର ମୂଳକୁ ମଜଭୁତ କରିଛି। ବିଜେପି କେବଳ ଏକ ଦଳ ନୁହେଁ ବରଂ ୧୪୦ କୋଟି ଦେଶବାସୀଙ୍କ ସ୍ୱପ୍ନ ଏବଂ ଆକାଂକ୍ଷାର ପ୍ରତିନିଧି ପାଲଟିଛି ବୋଲି ଗୃହମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭେଚ୍ଛା ଜଣାଇଛି। ସେ କହିଛନ୍ତି, ବିଜେପିର ପ୍ରକୃତ ଶକ୍ତି ଉତ୍ସର୍ଗୀକୃତ କର୍ମୀଙ୍କ ତ୍ୟାଗ, କଠିନ ପରିଶ୍ରମରେ ନିହିତ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଦଳୀୟ କର୍ମୀ ବିକଶିତ ଭାରତ ପାଇଁ କାର୍ଯ୍ୟ କରୁଛନ୍ତି |ବିଜେପି ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ଉପରେ ବିଶ୍ୱାସ ରଖିଥିବା ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ବିଜେପି କେବଳ ଏକ ରାଜନୈତିକ ସଂରଚନା ନୁହେଁ, ଏହା ତ୍ୟାଗ ଆଦର୍ଶ, ସନାତନ ଜୀବନ ମୂଲ୍ୟବୋଧରେ ସିକ୍ତ ଜୀବନ୍ତ ବିଚାରଧାରା, ରାଷ୍ଟ୍ର ପ୍ରଥମ ମନ୍ତ୍ରରେ ଅନୁପ୍ରାଣିତ ରାଷ୍ଟ୍ରବାଦୀ ପରିବାର ବିଶାଳ ବଟ ବୃକ୍ଷରେ ପରିଣତ ଏକ ବିଶାଳ ବଟବୃକ୍ଷ ସଦୃଶ ଭାରତୀୟଙ୍କ ଆଶା ଓ ବିଶ୍ୱାସକୁ ପରିପୂର୍ଣ୍ଣ କରୁଛି।






More Stories
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..