Report Card Odisha

| Daily Odia News

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି। ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ଯାଜପୁର ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ରେଡ୍‌ କରୁଛି। ଭୁବନେଶ୍ଵର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ଥିବା ଆବାସିକ ୩ ମହଲା କୋଠା, ଯାଜପୁର ବଡଚଣାରେ ଥିବା ପୈତୃକ ଘର, ଢେଙ୍କାନାଳ ଦେଉଳା ସାହିରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର, ଭୁବନେଶ୍ଵରରେ ଥିବା ତାଙ୍କ କାର୍ଯ୍ୟାଳୟ, ଢେଙ୍କାନାଳର ଭାପୁରରେ ଥିବା ଏକ ଦୁଇ ମହଲା କୋଠା ଏବଂ ଫାର୍ମ ହାଉସ, କଟକ ଜିଲ୍ଲା ଚାଉଳିଆଗଞ୍ଜର ନୟାବଜାରଠାରେ ଥିବା ତାଙ୍କ ନିକଟତମ ସହଯୋଗୀଙ୍କ ଘରେ ଛାନଭିନ୍ ଜାରି ରହିଛି।

Breaking News