Report Card Odisha

| Daily Odia News

ପେଟ୍ରୋଲ ପମ୍ପରେ ମିଳିବ LPG ଗ୍ୟାସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି ଗ୍ୟାସ । ୫ କେଜିଆ ଗ୍ୟାସ ସିଲିଣ୍ଡର ବିତରଣ ପ୍ରସଙ୍ଗରେ ଦ୍ବନ୍ଦ ରହିଥିବା ବେଳେ ଆଜି ସ୍ପଷ୍ଟ କରିଛନ୍ତି ଯୋଗାଣ ମନ୍ତ୍ରୀ । ସରକାରଙ୍କ ଫ୍ରି ଟ୍ରେଡ୍‌ ଏଲପିଜି ସ୍କିମରେ ଉପଲବ୍ଧ ହେବ । ପ୍ରମାଣ ପତ୍ର ଦେଖାଇ ଶ୍ରମିକ ଓ ଛାତ୍ରୀଛାତ୍ର ନେଇପାରିବେ । ୫ କେଜି ଗ୍ୟାସ ନେବା ପାଇଁ ୧୫୩୭ ଟଙ୍କା ଦେବାକୁ ହେବ । ଯଦି ରିଫିଲ କରିବାକୁ ଚାହୁଁଥିବେ ତାହେଲେ ୫ କେଜି ସିଲିଣ୍ଡରକୁ ୫୯୩ ଟଙ୍କା ପଡ଼ିବ । କମ୍ପାନୀ ସିଲିଣ୍ଡର ହିଁ ରିଫିଲିଂ ହୋଇପାରିବ । ଯଦି କୌଣସି ଏଜେଣ୍ଟ କଳାବଜାରୀ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

Breaking News