Report Card Odisha

| Daily Odia News

ସୋସିଆଲ ମିଡିଆରେ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସୋସିଆଲ ମିଡିଆ ୟୁଜର୍ସ ସାବଧାନ। ସୋସିଆଲ ମିଡିଆରେ ଅଶ୍ଲୀଳ କିମ୍ବା ଅପଶବ୍ଦ ବ୍ୟବହାର କରୁଛନ୍ତି କି ହୋଇଯାଆନ୍ତୁ ସାବଧାନ। ଏଣିକି ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର କଠୋର ଆଇନ ଆଣିବେ। ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପ୍ରିଭେନସନ ଅଫ ହେଟ ସ୍ପିଚ୍ ଆଣ୍ଡ ହେଟ କ୍ରାଇମ୍ ଆକ୍ଟ ସରକାର ଲାଗୁ କରିବାକୁ ଯାଉଛନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ସୋସିଆଲ ମିଡିଆ କୁତ୍ସିତ ହେବାକୁ ଆରମ୍ଭ ହେଲାଣି। କିଛି ଲୋକ ଅଭଦ୍ର ମାନସିକତା ଦେଖାଉଛନ୍ତି। ଏହାର ପ୍ରକୃତ ଚିକିତ୍ସା ହେବା ଦରକାର ବୋଲି ସେ କହିଛନ୍ତି। ଏପରିକି ସର୍ବସାଧାରଣ ସ୍ଥାନରେ ମନଇଚ୍ଛା କାହାକୁ ଅପଶବ୍ଦ ବ୍ୟବହାର ଉପରେ ବି ରୋକ ଲଗାଯିବ। ଅଙ୍କୁଶ ଆଣିବା ପାଇଁ ଆଇନ କମିଶନ ଏକ ଆଇନର ପ୍ରସ୍ତାବ ଦେଇଛନ୍ତି ବୋଲି ପୃଥ୍ବୀରାଜ କହିଛନ୍ତି।

Breaking News