Report Card Odisha

| Daily Odia News

ଅବହେଳା କଲେ ନାମଲେଖା ବନ୍ଦ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ଅଭିଯୋଗର ସମାଧାନ ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟ ଅଧୀନରେ ଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ (୪୮୮ ଓ ୬୬୨ ବର୍ଗ), ବେସରକାରୀ ଏବଂ ବୃତ୍ତିଗତ ମହାବିଦ୍ୟାଳୟଗୁଡ଼ିକରେ ତୁରନ୍ତ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠନ କରିବାକୁ ନିର୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଡ. ସରୋଜ ଲକ୍ଷ୍ମୀ ସିଂହ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି, ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଏହି କମିଟି ରହିବା ଆବଶ୍ୟକ। ଯେଉଁ ମହାବିଦ୍ୟାଳୟରେ ଏପର୍ଯ୍ୟନ୍ତ କମିଟି ଗଠନ ହୋଇନି ତୁରନ୍ତ ଗଠନ କରି ୭ ଦିନରେ ଆଞ୍ଚଳିକ ନିର୍ଦେଶାଳୟକୁ ଜଣାଇବେ। ଯେଉଁ ଅନୁଷ୍ଠାନରେ କମିଟି ଅଛି ସେମାନେ ତାହାର ନକଲ(କପି) ଦାଖଲ କରିବେ। ନିର୍ଦେଶକୁ ଗୁରୁତର ସହ ଗ୍ରହଣ ନ କଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସମ୍ପୃକ୍ତ ମହାବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଉପରେ କଟକଣା ହୋଇପାରେ ବୋଲି ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Breaking News