Report Card Odisha

| Daily Odia News

ମାଆ ହତ୍ୟାର ଗୁମର ଖୋଲିଲା ପୁଅ…..

ରିପୋର୍ଟ କାର୍ଡ / ନବରଙ୍ଗପୁର

ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚାଇ ରଖିଥିଲା ସ୍ୱାମୀ। ନିଜ ମାଆ ହତ୍ୟାର ଗୁମର ଖୋଲିଲା ୪ ବର୍ଷ ପୁଅ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ବରଗାଁରେ । ମିଳିଥିବା ସୂଚନା ଅନୁଯାୟୀ ଗତ ଶନିବାର ଦିନ ସ୍ବାମୀ ସୁବାଷ ଗଣ୍ଡ ଏବଂ ତାଙ୍କ ପତ୍ନୀ ମନେଇ ଗଣ୍ଡ ପରିବାର ସଦସ୍ୟଙ୍କ ସହ ମିଶି ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଘରକୁ ଫେରିବା ପରେ କୌଣସି କଥାକୁ ନେଇ ସ୍ଵାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଵାମୀ ସୁବାଷ ସ୍ତ୍ରୀ ମନେଇଙ୍କୁ ହତ୍ୟା କରିଥିଲା। ରାତିରେ ପାଇଖାନା ଟଙ୍କିରେ ଲୁଚାଇଥିଲା । ପରେ ସ୍ତ୍ରୀ କେଉଁଆଡ଼େ ଚାଲିଗଲା ବୋଲି ଗ୍ରାମବାସୀଙ୍କ ଆଗରେ ଅଭିନୟ କରିଥିଲା ସୁବାଷ । ପରେ ଗାଁ ଲୋକେ ୪ ବର୍ଷର ପୁଅକୁ ବାରମ୍ବାର ପଚାରିବାରୁ ସେ ସବୁ ସତ କଥା ବଖାଣିଛି। ଖବର ପାଇ ରାଇଘର ଥାନା ପୋଲିସ ପହଞ୍ଚି ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରିବା ସହ ହତ୍ୟାକାରୀ ସ୍ବାମୀକୁ ଗିରଫ କରିଛି ।

Breaking News