ରିପୋର୍ଟ କାର୍ଡ / ପୁରୀ
ପୁରୀ ଶ୍ରମନ୍ଦିର ଭିତର ରତ୍ନଭଣ୍ତାର ଗଣତିମଣତି ପ୍ରକିୟା ଆରମ୍ଭ ହୋଇସାରିଥିବା ନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।ଭିତର ରତ୍ନ ଭଣ୍ତାରରେ ମଣତି ହୁଏ ନାହିଁ। ୧୯୭୮ ମସିହା ତାଲିକା ଅନୁସାରେ ଆମେ ମେଳ କରୁଛୁ। ଓଜନ ମାପ କରାଯିବା ସହ ଫଟୋଗ୍ରାଫି,ଥ୍ରୀଡି ମ୍ୟାପିଂ ମଧ୍ୟ କରାଯାଇଛି। ବ୍ୟବସ୍ଥିତ ଢ଼ଙ୍ଗରେ ଗଣତି କରାଯାଉଛି, ଭବିଷ୍ୟତରେ ଯେପରି ସମସ୍ୟା ହେବନି। ସୁନାକୁ ହଳଦିଆ, ରୂପାକୁ ଧଳା କପଡାରେ ଗୁଡା ହୋଇ ରଖାଯାଇଛି। ୧୯୭୮ ଓ ୨୦୨୬ ଗଣତି ନେଇ କ୍ରମିକ ସଂଖ୍ୟା ମଧ୍ୟ ଦିଆଯାଇଛି। ଭିତର ରତ୍ନଭଣ୍ତାର ଗଣତି କେବଳ ଭିତର ରତ୍ନଭଣ୍ତାରରେ ହିଁ କରାଯିବା ନେଇ ଶ୍ରମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..