ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି ଚନ୍ଦ୍ର ବୋଷ ସୋମବାର ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ଯୋଗଦେଇଛନ୍ତି। ଟିଏମ୍ସି ମୁଖ୍ୟାଳୟରେ ମନ୍ତ୍ରୀ ବ୍ରତ୍ୟ ବସୁ ଓ ଦଳୀୟ ସାଂସଦ କିର୍ତ୍ତୀ ଆଜାଦଙ୍କ ଉପସ୍ଥିତିରେ ଚନ୍ଦ୍ର ବୋଷ ଟିଏମ୍ସିରେ ସାମିଲ ହୋଇଛନ୍ତି। ନେତାଜୀଙ୍କ ଭଳି ଜଣେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କ ଆଦର୍ଶକୁ ବିଜେପି ଅନୁସରଣ କରୁନଥିବାରୁ ସେ ଟିମଏ୍ସିରେ ଯୋଗଦେଇଥିବା ଚନ୍ଦ୍ର କହିଛନ୍ତି। ଚନ୍ଦ୍ର ୨୦୧୬ରେ ବିଜେପିରେ ଯୋଗଦେଇଥିଲେ। ଉକ୍ତ ବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସେ ଭବାନୀପୁର ଆସନରେ ମମତା ବାନାର୍ଜୀଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରି ହାରିଯାଇଥିଲେ। ୨୦୧୯ରେ ସେ କଲକାତା (ଦକ୍ଷିଣ) ଆସନରେ ଲୋକସଭା ନିର୍ବାଚନ ଲଢିଥିଲେ ସୁଦ୍ଧା ପରାଜିତ ହୋଇଥିଲେ। ବିଜେପି ହାଇକମାଣ୍ଡଙ୍କ ସହ ମତାନ୍ତର ହେବାରୁ ଚନ୍ଦ୍ର ୨୦୨୩ରେ ଦଳରୁ ଇସ୍ତଫା ଦେଇଥିଲେ।






More Stories
ଦିଲ୍ଲୀ ବୋମା ବିସ୍ଫୋରଣ: ରହିଛି ଓଡିଶା ଲିଙ୍କ୍!….
ଚୀନକୁ ଆମେରିକାର ଖୋଲା ଚେତାବନୀ…..
ସରକାରଙ୍କ ବଡ଼ ଘୋଷଣା:ତେଲ-ଗ୍ୟାସ ସପ୍ଲାଏରେ…..