Report Card Odisha

| Daily Odia News

ଆଜିଠୁ ଘର ଘର ବୁଲି ଜନଗଣନା…..

ରିପୋର୍ଟସ କାର୍ଡ / ଭୁବନେଶ୍ୱର

ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ଘର ଘର ବୁଲି ଜନଗଣନା କରାଯିବ। ଏଥିପାଇଁ ଜନଗଣନା ଅଧିକାରୀ, ସୁପରଭାଇଜରଙ୍କୁ ସମସ୍ତ ଉପକରଣ ଯୋଗାଇ ଦିଆଯାଇଛି ବୋଲି ଆଞ୍ଚଳିକ ଜନଗଣନା ନିର୍ଦେଶକ ନିଖିଳ ପୱନ କଲ୍ୟାଣ କହିଛନ୍ତି। ଶ୍ରୀ କଲ୍ୟାଣ କହିଛନ୍ତି, ଚଳିତ ମାସ ୧ରୁ ୧୫ ପର୍ଯ୍ୟନ୍ତ ଡିଜିଟାଲରେ ସ୍ବ-ଜନଗଣନା କରାଯାଉଥିଲା। ୨.୭ଲକ୍ଷ ଲୋକ ସ୍ବ-ଜନଗଣନା କରିଛନ୍ତି। ଚଳିତ ମାସ ୧୬ରୁ ମେ’ ୧୫ ପର୍ଯ୍ୟନ୍ତ ଜନଗଣନା ଅଧିକାରୀମାନେ ଘର ଘର ବୁଲି ଜନଗଣନା କରିବେ। ଜିଲ୍ଲା, ବ୍ଲକ, ପୌର ପରିଷଦ, ମହାନଗର ନିଗମଗୁଡ଼ିକରେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ପ୍ରଥମ ୩ ଦିନ ଘର ନମ୍ବରିଂ କରାଯିବ।ଏଥିପାଇଁ ୮୦ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି। ୮ ହଜାର ସୁପରଭାଇଜର ଅଛନ୍ତି। ୧୦ ହଜାର ଜନଗଣନାକାରୀଙ୍କୁ ରିଜର୍ଭ ରଖାଯାଇଛି। ଏମାନେ ସମସ୍ତ ତଥ୍ୟ ଡିଜିଟାଲରେ ଆଣିବେ। ଜନଗଣନାକାରୀମାନେ ନିଜ ନିଜ ମୋବାଇଲରେ ‘ଏଚ୍ଏଲ୍‌ଭି’ ଆପ୍ ଡାଉନଲୋଡ୍ କରିଛନ୍ତି। ଏହି ଆପ୍ ଜରିଆରେ ସମସ୍ତ ତଥ୍ୟ ଅପଲୋଡ କରିବେ। ଜନଗଣନା କରିବାକୁ ଗଲାବେଳେ ସାଥିରେ ପରିଚୟପତ୍ର ଏବଂ ନିଯୁକ୍ତିପତ୍ର ନେବେ। ଲୋକଙ୍କୁ କୌଣସି ପ୍ରମାଣପତ୍ର ଯାଞ୍ଚ କିମ୍ବା ପ୍ରମାଣ ଦେବାକୁ ପଡ଼ିବ ନାହିଁ। କେବଳ ଯାହା ୩୩ଟି ପ୍ରଶ୍ନର ଉତ୍ତର କହିବେ। ଏହି ଜନଗଣନାରେ ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଜନଗଣନା ନିର୍ଦେଶକ ନିଖିଳ ପୱନ କଲ୍ୟାଣ।

Breaking News