ରିପୋର୍ଟ କାର୍ଡ / ଭୁବନେଶ୍ୱର
କଟକରୁ ନିଖୋଜ ହୋଇଥିବା ଯୁବକଙ୍କ ମରଶରୀର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରୁ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହୋଇଛି। ମୃତକଙ୍କ ନାଁ ଅଭିଷେକ ନାୟକ । ଦୁଇ ଦିନ ତଳେ ସେ କଟକରୁ ନିଖୋଜ ଥିଲେ । ସୂଚନା ଅନୁସାରେ- ବାଣିଜ୍ୟରେ ତୃତୀୟ ବର୍ଷର ଛାତ୍ର ଅଭିଷେକ ୧୨ ତାରିଖରୁ ସେ ନିଖୋଜ ଥିଲେ। ତେବେ ଗତକାଲି ଶୈଳଶ୍ରୀ ବିହାର ଅଞ୍ଚଳରେ ଥିବା ଏକ ଗେଷ୍ଟ୍ ହାଉସ୍ରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ସେ ଅନ୍ଲାଇନ୍ରେ ଟ୍ରେଡିଂ କରୁଥିଲେ ବୋଲି ଜଣାପଡ଼ିଛି। ଅଭିଷେକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ସପ୍ତାହେ ହେବ ସେ ଚୁପ୍ଚାପ୍ ରହୁଥିଲେ ବୋଲି ପରିବାର ଲୋକ କହିଛନ୍ତି। ଗେଷ୍ଟ୍ ହାଉସ୍ର କବାଟ ଭାଙ୍ଗି ପୋଲିସ୍ ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବିଷକ୍ରିୟାରୁ ଅଭିଷେକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ






More Stories
ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ…..
ଆଇଏଫଏସ ଅଧିକାରୀସ୍ତରରେ ଅଦଳବଦଳ……
୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ…..