Report Card Odisha

| Daily Odia News

ବିଧାନସଭାରେ ଉଠିଲା ବ୍ୟୋମକେଶଙ୍କ ଭାଇରାଲ ଅଡ଼ିଓ ପ୍ରସଙ୍ଗ, ସ୍ଥିତି ମୁହାଁମୁହିଁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବ୍ୟୋମକେଶଙ୍କ ଭାଇରାଲ ଅଡ଼ିଓ ପ୍ରସଙ୍ଗନେଇ ବିଧାନସଭାରେ ମୁହାଁମୁହିଁ ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ଓ ଚାନ୍ଦବାଲି ବ୍ୟମୋକେଶ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେ କହିଛନ୍ତି, ବ୍ୟୋମକେଶଙ୍କ ଏହି ଭାଇରାଲ ଅଡିଓରୁ ଜଣାପଡୁଛି କେମିତି ଚାଲିଛି ରାଜ୍ୟରେ ଶାସନ ? ଶାସକ ଦଳର ନେତାମାନେ ଖୋଲାଖୋଲି ଭାବେ ପୋଲିସକୁ ଧମକାଉଛନ୍ତି । ତେବେ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ବିଧାୟକମାନେ ଯେମିତି ନିଜ ଆଚରଣରେ ଶାଳୀନତା ରଖିବେ, ସେଥିପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ପ୍ରଦୀପ୍ତ ଦାବି କରିଛନ୍ତି । ସେପଟେ ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖିଛନ୍ତି ବ୍ୟୋମକେଶ । ଅଯଥାରେ ଗୃହକୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ ଦଳ ନେତା। ସେ କହିଛନ୍ତି, ପୋଲିସ ବାବୁ ଜଣକ ଗରିବ ଲୋକଙ୍କୁ ହଇରାଣ ହରକତ କରୁଥିଲେ ଏବଂ ଟଙ୍କା ଆଦାୟ କରୁଥିଲେ । ତେଣୁ ତାକୁ ମୁଁ ଫୋନ୍ କରିଥିଲି ମୋର କଥାବାର୍ତ୍ତାକୁ ବିଭ୍ରାନ୍ତି କରି ଦେଖାଯାଉଛି । ଯଦି ବାଚସ୍ପତି ଚାହିଁବେ, ପୂରା ଅଡିଓ ଟେପକୁ ଗୃହରେ ଉପସ୍ଥାପନ କରିବି । ମୁଁ ମଧ୍ୟବିତ ପରିବାରରୁ ଆସିଛି ଏବଂ ପିଏଚଡ଼ି କରିଛି । କାହାକୁ କେମିତି ବ୍ୟବହାର କରାଯିବ, ତାହା ମତେ ଶିଖାଇବା ଦରକାର ନାହିଁ ବୋଲି କାଉଣ୍ଟର କରି କହିଛନ୍ତି ବ୍ୟୋମକେଶ । ବିଜେପିକୁ କାଉଣ୍ଟର କରି କହିଛନ୍ତି, ମୟୁରଭଞ୍ଜର ଜଣେ ବିଧାୟକ ଆସିଷ୍ଟାଣ୍ଡ ଇଂଜିନିୟରକୁ ମାଡ଼ ମାରି ଗିରଫ ହୋଇଥିଲେ। ସୂଚନାଯୋଗ୍ୟ ଗତକାଲି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପୋଲିସକୁ ଧମକ ଦେଉଥିବାର ଏକ ଅଡ଼ିଓ ଭାଇରାଲ ହେଉଥିଲା । ଭଦ୍ରକ ବାଂଶଡ଼ା ଥାନା ଏଏସ୍ଆଇ ଗୁରୁଚରଣ ବେହେରାଙ୍କୁ ବିଧାୟକ ବ୍ୟୋମକେଶ ରାୟ ଫୋନ୍ ଯୋଗେ ଧମକ ଦେଉଥିବା ଅଡ଼ିଓ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୁରି ବୁଲିଥିଲା । ଡିଜିଙ୍କୁ କହି ମୋଟୁ ଅଞ୍ଚଳକୁ ଫୋପାଡ଼ି ଦେବେ ବୋଲି ଧମକ ଦେଉଲେ ବିଧାୟକ।

 

Breaking News