Report Card Odisha

| Daily Odia News

ଟିଏମ୍‌ସି ବିଧାୟକଙ୍କ ଘରେ IT ରେଡ଼ …..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଆୟକର ବିଭାଗ ପକ୍ଷରୁ ଶୁକ୍ରବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଏକାଧିକ ନେତା, ବିଧାୟକଙ୍କ ବାସଭବନ ଉପରେ ଚଢଉ କରାଯାଇଛି। ଏମାନଙ୍କ ମଧ୍ୟରେ ଟିଏମ୍‌ସି ବିଧାୟକ ଦେବାଶିଷ କୁମାର ମଧ୍ୟ ସାମିଲ ଅଛନ୍ତି। ଦେବାଶିଷ ରାସବିହାରୀ ଆସନରୁ ଏଥର ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଗତ ସପ୍ତାହରେ ଦେବାଶିଷଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ଇଡି ଚଢଉ କରିଥିଲା। ଅପରପକ୍ଷରେ ଆୟକର ଚଢଉର ଶିକାର ହୋଇଥିବା ଅନ୍ୟ ଟିଏମ୍‌ସି ନେତାମାନେ ହେଲେ ମିରାଜ ଶାହା ଓ କୁମାର ଶାହା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ଭବାନୀପୁର ଆସନରୁ ନିର୍ବାଚନ ଲଢୁଥିବାବେଳେ ମମତାଙ୍କ ପ୍ରାର୍ଥିପତ୍ରରେ ମିରାଜ ପ୍ରସ୍ତାବକ ରହିଛନ୍ତି। ନିର୍ବାଚନର ଅବ୍ୟବହିତ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର, ଇଡି ଚଢଉକୁ ମମତା ତୀବ୍ର ସମାଲୋଚନା କରିଛନ୍ତି। ପରାଜୟ ଭୟରେ ବିଜେପି ଏଭଳି ରଣନୀତି ଅବଲମ୍ବନ କରୁଥିବା ମମତା ଅଭିଯୋଗ କରିଛନ୍ତି।

Breaking News