Report Card Odisha

| Daily Odia News

କାଲି ହୋଇଥାନ୍ତା ଉଦ୍‌ଘାଟନ, ଆଜି ଜଳିଗଲା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ରାଜସ୍ଥାନର ବାଲୋତ୍ରା ଜିଲ୍ଲାରେ ଥିବା ପଚପଦରା ତୈଳ ବିଶୋଧନାଗାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୧ ତାରିଖରେ ଏହାକୁ ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ପ୍ରାଥମିକ ସୂଚନା ଅନୁଯାୟୀ ତୈଳବିଶୋଧନାଗାରର ଏକ ପ୍ରକ୍ରିୟାକରଣ ୟୁନିଟରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ପରିସ୍ଥିତିର କାରଣ ତଦନ୍ତ ପାଇଁ ବୈଷୟିକ ଦଳ ଏବଂ ସୁରକ୍ଷା ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Breaking News